ହାଇକୋର୍ଟରେ ନାସିର ଖାଁ ଚିଟ୍‌ଫଣ୍ତ ମାମଲା : ଜାନୁଆରି ୪ରେ ପରବର୍ତ୍ତୀ ଶୁଣାଣି

କଟକ : ‘ସ୍ୟାଡୋ’ ଫିଲ୍ମର ନାୟକ ତଥା ଦୃଷ୍ଟିହୀନ ଅଭିନେତା ମହମ୍ମଦ ନାସିର ଖାଁଙ୍କ ଚିଟଫଣ୍ତ ସ˚ସ୍ଥା ଫାଇନ ଇଣ୍ତିସେଲ୍ସ ପ୍ରାଇଭେଟ ଲିମିଟେଡର ଜମାକାରୀଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଘୁଞ୍ଚିଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଜେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ୨୦୧୯, ଜାନୁଆରି ୪ରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଫାଇନ ଇଣ୍ତିସେଲ୍ସ ପ୍ରାଇଭେଟ ଲିମିଟେଡ ଠକେଇକୁ ନେଇ ହୋଇଥିବା ଅଭିଯୋଗ ବାଲେଶ୍ବର ଚିଟଫଣ୍ତ ନାମରେ ରାଜ୍ୟରେ ଜଣା। ଏହି ସ˚ସ୍ଥାର ୨ ଲକ୍ଷ ୬୨ ହଜାରରୁ ଅଧିକ ଜମାକରୀଙ୍କ ୭୦୩ କୋଟିରୁ ଅଧିକ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ରହିଛି। ସ˚ସ୍ଥାର ମୁଖ୍ୟ ନାସିର ଜମାକାରୀଙ୍କ ଟଙ୍କାରେ ସ୍ୟାଡୋ ଚଳଚ୍ଚିତ୍ର ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସ˚ସ୍ଥା ବାଲେଶ୍ବର, ଭଦ୍ରକ, ଝାରସୁଗୁଡା ଭଳି ସ୍ଥାନରେ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଲୋଭନୀୟ ଯୋଜନା ମାଧୢମରେ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ହଡପ କରିଥିଲା। ଏଥି ସହିତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶରେ ମଧୢ ଏହି ସ˚ସ୍ଥାର ଠକେଇର ଶିକାର ହୋଇଥିଲେ ହଜାର ହଜାର ଜମାକରୀ। ଏହି ସବୁ ପଡୋଶୀ ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀ ଅଲ୍‌ ଇଣ୍ତିଆ ନେଟଵର୍କର େଵଲଫେୟାର ସ˚ସ୍ଥା ଗଠନ କରି ଜମା ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ୨୦୧୧ରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହା ପରେ ହାଇକୋର୍ଟ ସିବିଆଇକୁ ନୋଟିସ୍‌ ଜାରି କରିଥିଲେ। ସିବିଆଇ ମାମଲାରେ ପୂର୍ବରୁ ରିପୋର୍ଟ ଦାଖଲ କରିଥିବା ବେଳେ ସ˚ସ୍ଥାରେ ନିବେଶ କରିଥିବା ଟଙ୍କା ଜମାକାରୀଙ୍କୁ ଫେରସ୍ତ କରିବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର