ଭୁବନେଶ୍ୱର: ଆଜି ସମଗ୍ର ଦେଶରେ ୬୯ ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଚଳିତ ବର୍ଷ ଭୁବନେଶ୍ୱରର ମହାତ୍ମା ଗାନ୍ଧିି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ରାଜ୍ୟପାଳ ଡ. ଏସସି ଜମୀର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ରାଜଧାନୀରେ ୩୧ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଦୁଇ ୟୁନିଟ୍ ଏସ୍ଓଜି, କ୍ୟୁଆର୍ଟି , ଓସାଫ, ରାପିଡ୍ ଆକ୍ସନ ଫୋର୍ସ, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହୋଇଛନ୍ତି। ପରେଡ଼ ସ୍ଥଳରେ ସିସି ଟିଭି କ୍ୟାମେରା ସହ ୧୦୦ରୁ ଅଧିକ ଏସ୍ଆଇ, ଏଏସ୍ଆଇ ଏବଂ ଇନ୍ସପେକ୍ଟରଙ୍କ ସହ ୧୯ ଜଣ ଡିଏସ୍ପି , ୯ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି।
/sambad/media/post_attachments/wp-content/uploads/2018/01/cuttack.jpg)
ସେହିପରି କଟକ ବାରବାଟିି ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତେଳନ କରି ମଳିତ ପରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଉପସ୍ଥିତି ଜନସାଧାରଣଙ୍କୁ ଉଦ୍ବୋଦନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ନିଷ୍ଠାର ସହିତ ସବୁବର୍ଗର ସଶକ୍ତିକଣର ପାଇଁ କାର୍ଯ୍ୟ କରୁଛି। ଆମର ସଶକ୍ତ ନାଗରିକମାନେ ର୍ହି ଦେଶକୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇ ପାରିବେ। ତେଣୁ ସମସ୍ତେ ମିଳିତ ହୋଇ ଦେଶର ଓ ରାଜ୍ୟର ବିକାଶ ପାଇର୍ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।
/sambad/media/post_attachments/wp-content/uploads/2018/01/bbsr-1-3.jpg)
ଭୁବନେଶ୍ୱର ସମ୍ବାଦ ଭବନ ପରିସରରେ ଆୟୋଜିତ ସାଧାରଣ ତନ୍ତ୍ର ଦିବସ ଉତ୍ସବରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଥିଲେ ଯେ ଭାରତ ହେଉଛି ଏକ ବିଚାର ଧାରା। ବିବିଧତା ମଧ୍ୟରେ ଏକତା ହେଉଛିି ଆମେ ସଂସ୍କୃତି ।ଏହି ବିଚାରାଧାରା ଯେପରି କୌଣସି ପରିସ୍ଥିତିରେ କ୍ଷୁର୍ଣ୍ଣ ନ ହୁଏ, ସେଥିପାଇଁ ଆମକୁ ସତର୍କ ହେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।
/sambad/media/post_attachments/wp-content/uploads/2018/01/puri-16.jpg)
ସେହିପରି ବାଲେଶ୍ୱରଠାରେ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡ୍ର ଅଭିବାଦନ ଗ୍ରହଣ ଗ୍ରହଣ କରିଥିବା ବେଳେ ପୁରୀରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
/sambad/media/post_attachments/wp-content/uploads/2018/01/balasore-4.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bbsr-10.jpg)