କଟକ-ସିଡିଏ : ନ୍ୟାସନାଲ କମ୍ପାନି ଲ’ ଟ୍ରିବୁନାଲ(ଏନସିଏଲଟି) କଟକ ଖଣ୍ଡପୀଠ ଆଜି ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଯୋଗ ଦେଇ ଏନସିଏଲଟି କଟକ ବେଞ୍ଚ୍କୁ ଉଦଘାଟନ କରିଥିଲେ। ଏନସିଏଲଟି କଟକ ବେଞ୍ଚ ପ୍ରତିଷ୍ଠା ପରେ କମ୍ପାନି ସଂପର୍କିତ ମାମଲା ବିଚାର ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ। କଟକରେ ମାମଲାର ଶୁଣାଣି ହୋଇ ପାରିବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରୀ କହିଥିଲେ। ଏନସିଏଲଟି ଅଧ୍ୟକ୍ଷ ଜଷ୍ଟିସ ଏମ୍.ଏମ.କୁମାର କାର୍ଯ୍ୟକ୍ରମରେ ଯୋଗ ଦେଇ କଟକରେ ଏନସିଏଲଟି ବେଞ୍ଚ ପ୍ରତିଷ୍ଠା ଦ୍ବାରା ଲୋକଙ୍କ ନିକଟରେ ତ୍ବରିତ ନ୍ୟାୟ ପାଇବା ସମ୍ଭବ ହୋଇଛି ବୋଲି କହିଥିଲେ। ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତି, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏନସିଏଲଟି ରେଜିଷ୍ଟ୍ରାର ଶିବରାମ ବୈରୱା ସ୍ବାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ ପ୍ରମଥ ପଟ୍ଟନାୟକ, ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ର, ଆରଓସି ଅଶୋକ ମହାପାତ୍ର, କୋର୍ଟ ଅଫିସର ଆଲୋକ ଶଙ୍କର ଅଗ୍ରୱାଲ, ବରିଷ୍ଠ ଆଇନଜୀବୀ ସଂଜିତ ମହାନ୍ତି, ବୁଦ୍ଧଦେବ ରାଉତରାୟ, ଏସ୍.ଏସ୍.ଦାଶ, ଆଇନଜୀବୀ ସୁଧାକର ରାଓ, ବି.ବି.ପାଣିଗ୍ରହୀ ପ୍ରମୁଖ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସିଡିଏ ସେକ୍ଟର-୧ସ୍ଥିତ କର୍ପୋରେଟ ଭବନଠାରେ ଏନସିଏଲଟିର କଟକ ବେଞ୍ଚ କାର୍ଯ୍ୟ ଆରମ୍ଭ କରିଛି। କଟକ ବେଞ୍ଚର ସଦସ୍ୟ ଭାବେ ଏମ୍.ଗୋସାଭୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। କଟକ ବେଞ୍ଚରେ ଓଡ଼ିଶା ଓ ଛତିଶଗଡ ରାଜ୍ୟର କମ୍ପାନି ମାମଲା ଗୁଡିକ ବିଚାର ହେବ।