ସାଧାରଣ ନିର୍ବାଚନ ସମୟରେ ଦେଶବ୍ୟାପୀ ୩୮୦୦ କୋଟି ଟଙ୍କା ଜବତ ହୋଇଛି: ଅରିଜିତ ପଶାୟତ

କଟକ: ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ବ୍ୟାପକ କଳାଧନର କାରବାର ହୋଇଛି। ନିର୍ବାଚନରେ ସମୟରେ ଦେଶବ୍ୟାପୀ ପାଖାପାଖି ୩୮୦୦ କୋଟି ଟଙ୍କା ଜବତ ହୋଇଛି ବୋଲି ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ ନିଜର ପ୍ରତିକ୍ରିୟାରେ କହିଛନ୍ତି। କଟକରେ ମଙ୍ଗଳବାର କଳାଧନ ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ଏସ୍‌ଆଇଟି ବୈଠକ ଶେଷ ହେବା ପରେ ପଶାୟତ କହିଛନ୍ତି ଯେ, ଅର୍ଥନୈତିକ ଅପରାଧ ରୋକିବାକୁ ଆଇନ୍‌ରେ ସଂଶୋଧନର ଆବଶ୍ୟକତା ଅଛି।

ଅର୍ଥନୈତିକ ଅପରାଧର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନକୁ ଜଷ୍ଟିସ ପଶାୟତ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ୨ ମାସ ମଧ୍ୟରେ ଏସ୍‌ଆଇଟି ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର