ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା: ଦାଖଲ ହୋଇନି ୩୧୬ କୋଟିର ବିନିଯୋଗପତ୍ର

ଭୁବନେଶ୍ବର : ଏମିତି ଚାଲିଛି ରାଜ୍ୟ କୃଷି ବିଭାଗ, ୯ ବର୍ଷ ହେଲା ଦାଖଲ ହୋଇନି ବିନିଯୋଗପତ୍ର। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଦିଆଯାଇଥିବା ୩୧୬ କୋଟିର ବିନିଯୋଗପତ୍ର ରାଜ୍ୟ କୃଷି ଏବଂ ଖାଦ୍ୟ ଯୋଗାଣ ବିଭାଗ ନିର୍ଦେଶକଙ୍କ ପକ୍ଷରୁ ଦାଖଲ କରାଯାଇନଥିବା ନେଇ ନିକଟରେ ହୋଇଥିବା ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ କୃଷି ବିଭାଗ ନିର୍ଦେଶକଙ୍କୁ ରାଜ୍ୟ ସରକାରଙ୍କ ଉପସଚିବ ଚିଠି ଲେଖିଛନ୍ତି।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କୃଷି ବିଭାଗକୁ ୨୦୧୨ ମସିହାରେ ୫୦ ହଜାର ୩୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏଥିରୁ ୫୦ ହଜାର ୩୯୨ ଲକ୍ଷ ଟଙ୍କା ଖର୍ଚ ହୋଇଥିବା କୁହାଯାଇଥିଲା। କିନ୍ତୁ ୪୬ ହଜାର ୮୨୮ ଲକ୍ଷ ଟଙ୍କାର ବିନିଯୋଗପତ୍ର ଦାଖଲ ହେଲା। ୨୦୪୬ ଲକ୍ଷ ଟଙ୍କାର ବିନିଯୋଗପତ୍ର ରହିଯାଇଛି। ୨୦୧୩ ମସିହାରେ ୫୫ ହଜାର ୫୦୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏଥିରୁ ୫୮ ହଜାର ୬୧୭ ଲକ୍ଷ ଟଙ୍କା ଖର୍ଚ ହୋଇଥିବା କୁହାଯାଇଥିଲା। କିନ୍ତୁ ୫୦ ହଜାର ୯୯୩ ଲକ୍ଷ ଟଙ୍କାର ବିନିଯୋଗପତ୍ର ଦାଖଲ ହେଲା। ୬୨୧୧ ଲକ୍ଷ ଟଙ୍କାର ବିନିଯୋଗପତ୍ର ବାକି ରହିଛି। ୨୦୧୪ ମସିହାରେ ୩୦ କୋଟି ଟଙ୍କା ଦିଆଯାଇଥିଲା। ଏଥିରୁ ୬ହଜାର ୮୦୫ ଲକ୍ଷ ଟଙ୍କାର ବିନିଯୋଗପତ୍ର ଦାଖଲ ହେଲା। ୨୩ କୋଟିର ବିନିଯୋଗପତ୍ର ଦାଖଲ ହେଲା ନାହିଁ।

ସମ୍ବନ୍ଧିତ ଖବର