ଜାତୀୟ ସାହସିକତା ପୁରସ୍କାରପ୍ରାପ୍ତ ଓଡ଼ିଆ ପିଲାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ୨୦୧୮ ମସିହା ପାଇଁ ଓଡ଼ିଶାରୁ ଜାତୀୟ ସାହସିକତା ପୁରସ୍କାର ପାଇଥିବା ୪ଜଣ ଓଡ଼ିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ସେମାନେହେଲେ କୁମାରୀ ଝିଲୀ ବାଗ୍, ମାଷ୍ଟର ବିଶ୍ବଜିତ ପୁହାଣ, କୁମାରୀ ରଞ୍ଜିତା ମାଝୀ ଏବଂ ମାଷ୍ଟର ସିତୁ ମଲ୍ଲିକ । ଏହି ପିଲାମାନଙ୍କର ସାହସିକତାକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ତାରକସିର ଉପହାର ଓ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର