ଓଡ଼ିଶାର ଦୁଇ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି । ସାରା ଦେଶର ମୋଟ ୪୪ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଶିକ୍ଷକ ଅଛନ୍ତି- ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲର ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁରର କନମନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଜିତ କୁମାର ସେଠୀ । କେନ୍ଦ୍ର ସରକାରଙ୍କ ଦ୍ବାରା ବଛା ଯାଇଥିବା ଏହି ଶିକ୍ଷକମାନଙ୍କୁ ଆସନ୍ତା ସେପ୍ଟେମ୍ବର ୫ରେ ପାଳନ ହେବାକୁ ଥିବା ଗୁରୁ ଦିବସରେ ପୁରସ୍କାର ପ୍ରଦାନ କରାଯିବ ।

ଓଡ଼ିଶା ବ୍ୟତୀତ ଉତ୍ତରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଆସାମ, ସିକ୍କିମ, ବିହାର, ଗୁଜୁରାଟ, ରାଜସ୍ଥାନ ଆଦି ରାଜ୍ୟରୁ ଦୁଇ ଜଣ ଲେଖାଏଁ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପାଇଁ ବଛାଯାଇଛି । ସିବିଏସଇ ସ୍କୁଲ ମଧ୍ୟରୁ ଦିଲ୍ଲୀର ବାଲଭାରତୀ ସ୍କୁଲ ଓ ରାଜସ୍ଥାନର ବିରଳା ବାଳିକା ବିଦ୍ୟାପୀଠର ଦୁଇଜଣ ଶିକ୍ଷକ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ସମ୍ବନ୍ଧିତ ଖବର