ଓବିସି ଜନଗଣନା ପାଇଁ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ବିକ୍ଷୋଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କଳାହାଣ୍ଡି ଶାଖା ପକ୍ଷରୁ ଓବିସିମାନଙ୍କ ଜାତି ଆଧାରିତ ଜନଗଣନା କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଇଭିଏମ୍‌ ହଟାଇ ବାଲଟ ପେପର୍‌ରେ ନିର୍ବାଚନ କରିବା, ଘରୋଇ ସଂସ୍ଥାମାନଙ୍କରେ ଓବିସି, ଏସ୍‌ସି, ଏସ୍‌ଟିଙ୍କୁ ସଂରକ୍ଷଣ ଦେବା, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ସ୍କିମ୍ ଲାଗୁ କରିବା ଆଦି ୧୧ ଦଫା ଦାବି ନେଇ ଏକ ଦାବିପତ୍ର  ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ଏହି ବିକ୍ଷୋଭ ସମାବେଶରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ, ଜିଲ୍ଲା ସଭାପତି ଆଦିତ୍ୟ ହଂସ ଯାଦବ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାଏକ, ସମ୍ପାଦକ ସୁଧିର ଗୋପାଳ, ଜଳନ୍ଧର ନାଏକ, ରାଷ୍ଟ୍ରୀୟ ମୂଳ ନିବାସୀ ବହୁଜନ କର୍ମଚାରୀ ସଙ୍ଘ ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ ଚନ୍ଦନ, ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୁ‌େର୍ଯ୍ୟାଧନ ଜାଲ, ଜିଲ୍ଲା ସଭାପତି ସଞ୍ଜୟ ଶବର, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ ରାଜ୍ୟ ସଭାନେତ୍ରୀ କମଳିନୀ ଯାଦବ, ଜିଲ୍ଲା ସଭାନେତ୍ରୀ ଅଞ୍ଜୁ କୁମାର, ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା ରାଜ୍ୟ ସଭାପତି ମେହେବୁବ ରାଜା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ କୁଶ ଶବର, ଜିଲ୍ଲା ସଭାପତି ସନ୍ତୋଷ ନାଏକ, ବିଏମ୍‌ପି ରାଜ୍ୟ ଉପସଭାପତି ନିର୍ମଳ ଜାଲ, ସମ୍ପାଦକ ମହିନ୍ଦ୍ର ଧଙ୍ଗଡ଼ାମାଝୀ, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଲବ କରୁଆ, ବିଭିଏମ୍‌ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ନାଏକ, ସୋସିଆଲ ମିଡ଼ିଆ ପ୍ରଭାରୀ ଅହିଧ୍ୱଜ ନାଗ, କରୁଣା ଚଣ୍ଡି, ଗୋବିନ୍ଦ ଗହିର, ଡମ ସିଂ, ତୁଳସୀ ରାମ ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର