ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ନେଇ ଜାତୀୟ ମହିଳା କମିସନ୍ ଉଦ୍ବେଗ ପ୍ରକାଶ କରିଛନ୍ତି। ମହିଳା କମିସନ ଶିକ୍ଷୟିତ୍ରୀ ମମିତାଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଓଡ଼ିଶା ଡିଜିପିଙ୍କୁ ଚିଠି ଲେଖିଛନ୍ତି। ଏଥି ସହିତ ପୀଡିତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ମହିଳା କମିସନ ଚିଠିରେ ଉଲ୍ଲେଖ କରିଛନ୍ତି।
National Commission for Women takes cognizance of Odisha's Kalahandi teacher Mamita Meher disappearance case, writes to DGP Odisha to ensure fair investigation. NCW has also sought security for the family of the teacher.
— ANI (@ANI) October 20, 2021
ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ବଲାଙ୍ଗୀର ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି। ଗୋବିନ୍ଦକୁ ଗତକାଲି ଗିରଫ ପରେ ପୁଲିସ ଆଜି ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରିଥିଲା। ଗୋବିନ୍ଦକୁୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।