ସ୍ବାଧୀନତା ଦିବସ ଅବସରରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟସ୍ତର ପ୍ରତିଯୋଗିତା

ଯୁବ ଅନୁଚିନ୍ତା ପ୍ରତିଯୋଗିତାର ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ’ ପକ୍ଷରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ‘‘ଅନୁଚିନ୍ତା: ମୋ ଦେଶ ପାଇଁ” ଶୀର୍ଷକ ପ୍ରତିଯୋଗିତା ଫଳାଫଳ ଘୋଷଣା ହୋଇଛି। ଏଥିରେ ଓଡ଼ିଆ ଭାଷାରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରୀ ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ପ୍ରଥମ, ଉଦୟନାଥ ସ୍ଵୟଂଶାଶିତ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମହାବିଦ୍ୟାଳୟର +୨ ଶ୍ରେଣୀର ଛାତ୍ରୀ ଅର୍ପିତା ପାତ୍ର ଦ୍ବିତୀୟ ଓ ବିପ୍ଳବୀ ବୀର ଚକ୍ରଧର ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଅନୁଜ କୁମାର ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଇଂରାଜୀ ଭାଷାରେ ଗୁରୁ ଜାମ୍ବେଶ୍ବର ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଶ୍ବବିଦ୍ୟାଳୟ ଇସାର, ହରିୟାନାର ଅର୍ଥନୀତି ବିଭାଗର ଛାତ୍ର ନିତୀଶ ଶୁଭଙ୍କର, କାର୍ମେଲ ଇଂରାଜୀ ମିଡିୟମ ସ୍କୁଲ, ଜଟଣୀର ନବମ ଶ୍ରେଣୀ ଛାତ୍ରୀ ସୂର୍ଯ୍ୟସ୍ନାତା ଲେଙ୍କା ଓ ସ୍ବାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁରର କଳା ସମ୍ମାନର ଛାତ୍ରୀ ପଲ୍ଲବୀ ପଣ୍ଡା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି କ୍ଷୁଦ୍ର ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୧୦ରୁ ୨୨ବର୍ଷର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସ୍ବାଧୀନତାର ମୂଲ୍ୟବୋଧ ଓ ଗୁରୁତ୍ବକୁ ନେଇ ଯୁବ ସମାଜକୁ ଅଧିକ ଚିନ୍ତାଶୀଳ କରାଇବାର ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ବୋଲି ଦି ଇଣ୍ଟେଲେକ୍ଟସର ଅଧ୍ୟକ୍ଷ ଶିକ୍ଷାବିତ୍‌ ଦେବେନ୍ଦ୍ର ନାଥ ରାଉତ କହିଛନ୍ତି। ସେ ସମସ୍ତ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର