‘ଖଣିଜ ଓ ଧାତବ ବର୍ଜ୍ୟବସ୍ତୁ କମାଇବା ସହ ପୁନଃବ୍ୟବହାର ହେଉ’

‘ଖଣିଜ ଓ ଧାତବ ଶିଳ୍ପରେ ବର୍ଜ୍ୟ ସମ୍ବଳ’ ଶୀର୍ଷକ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଖଣିଜ ପଦାର୍ଥ ଏକ ଦୁର୍ଲଭ ପ୍ରାକୃତିକ ସମ୍ବଳ। ଏହା ସୀମିତ ଓ ନବୀକରଣ ଯୋଗ୍ୟ ନୁହେଁ। ଶିଳ୍ପ ପାଇଁ ଏହା ଅତ୍ୟାବଶ୍ୟକ ହୋଇଥିବା ବେଳେ ଏହା ବିକାଶଶୀଳ ଦେଶର ସମ୍ପଦ। ଅତ୍ୟାବଶ୍ୟକ ସତ୍ତ୍ୱେ ନବୀକରଣ ଯୋଗ୍ୟ ହୋଇ ନ ଥିବାରୁ ଖଣିଜ ସମ୍ପଦକୁ ବ୍ୟବହାର କରିବାର ଦକ୍ଷତା ଓ ଏହି ଖଣିଜ ପଦାର୍ଥର ବର୍ଜ୍ୟବସ୍ତୁକୁ ପୁଣି ବ୍ୟବହାରଯୋଗ୍ୟ କରିବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତିି ରାଜ୍ୟପାଳ ଏସ୍‌ସି ଜମିର୍‌। ଧାତବ ପଦାର୍ଥ ପ୍ରତିଷ୍ଠାନ, ସିଏସ୍‌ଆଇଆର୍‌-ଖଣିଜ ଓ ଧାତବ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମ୍‌ଏମ୍‌ଟି) ଏବଂ ନାଲ୍‌କୋର ମିଳିତ ସହଯୋଗରେ ସ୍ଥାନୀୟ ଖଣିଜ ଓ ଧାତବ ପ୍ରଯୁକ୍ତି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଆୟୋଜିତ ‘ଖଣିଜ ଓ ଧାତବ ଶିଳ୍ପରେ ବର୍ଜ୍ୟ ସମ୍ବଳ’ ଶୀର୍ଷକ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ଜମିର୍‌।

ଏହି ଜାତୀୟ ସମ୍ମିଳନୀରେ ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଏସ୍‌ ବାସୁ, ସମ୍ମିଳନୀର ସଭାପତି ଏସ୍‌.କେ ତାମୋଟିଆ ଓ ଧାତବ ପ୍ରତିଷ୍ଠାନର ଅଧ୍ୟକ୍ଷ ଆର୍‌ ଭୀମା ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଏ.କେ ଚୌବେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ବାର୍କ ନିର୍ଦ୍ଦେଶକ କେଏମ୍‌ ବ୍ୟାସ ଓ ୟୁସିଲ୍‌ର ସିଏମ୍‌ଡି ସି.କେ ଆସ୍‌ନାମିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର