ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନାଧିକାରୀ, ରାଜନଗର ଥାନାଧିକାରୀ ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଦଫାରେ ମାମଲା ରୁଜୁ କରିବା ପାଇଁ ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)ଙ୍କ ଦ୍ବାରସ୍ଥ ହୋଇଛି ରାଷ୍ଟ୍ରୀୟ ଦଳିତ ମହାସଂଘ। ମହାସଂଘର ଅଭିଯୋଗ ଅନୁସାରେ, ରାଜନଗର ଥାନା ଅନ୍ତର୍ଗତ ଦିଘି ଗ୍ରାମର ଦଳିତ ନାବାଳିକା ଶଶିରେଖା ସେଠୀଙ୍କୁ ହତ୍ୟା ମାମଲାକୁ ତିନି ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା, ଦଳିତଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରୁଥିବା ସାମାଜିକ କର୍ମୀଙ୍କ ବିରୋଧରେ ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ମାମଲା ରୁଜୁ କରିଥିବା ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ କହିଛନ୍ତି। ଦଳିତମାନଙ୍କୁ ନ୍ୟାୟ ଦେବା ପାଇଁ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ଓଏଚଆରସିଙ୍କ ଦ୍ବାରସ୍ଥ ହେଲା ରାଷ୍ଟ୍ରୀୟ ଦଳିତ ମହାସଂଘ
/sambad/media/post_attachments/wp-content/uploads/2020/11/dalit-association.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)