ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ଜାତୀୟ ଡଗ୍ ସୋ’ ଆୟୋଜିତ ହୋଇଯାଇଛି । ଗତକାଲିର ଶେଷ ଦିନରେ ସବୁ ପ୍ରଜାତିର ପୋଷାକୁକୁରଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିଲା । ରାଜ୍ୟ ଓ ରାଜ୍ୟ ବାହାରୁ ୩୦୦ ପୋଷା କୁକୁର ଏଥିରେ ଅଂଶଗ୍ରହଣ କରି ଚାମ୍ପିଅନ୍ ହେବାକୁ ପରୀକ୍ଷା ଦେଇଥିଲେ ।
ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ୫୪ ଓ ୫୫ତମ ସୋ’ରେ ଆମେରିକାନ୍ କକର ସ୍ପାନିଏଲ୍, ଲାବ୍ରାଡର ରେଟ୍ରିଭର, ଫକ୍ସ ଟେରିୟର ସ୍ମିଥ୍, ଜର୍ମାନ୍ ସ୍ପିଜ୍, ପମେରିଆନ୍, ଅକିତା, ତାଇବେତାନ ମାଷ୍ଟିଫ୍, ଡୋବରମ୍ୟାନ୍, ଆଲାସ୍କାନ୍ ମାଲାମ୍ୟୁଟ୍, ବାସେଟ୍ ହାଉଣ୍ଡ୍, ଡାଲମେଟିଆନ୍ ଏବଂ ସାଇବେରିଆନ୍ ହସ୍କି ଭଳି ୩୫ଟି ପ୍ରଜାତିର ପୋଷା କୁକୁର ଅଂଶଗ୍ରହଣ କରିଥିଲେ । ମିନି ପମେରିଆନ୍ ସବୁଠୁ ଆକର୍ଷଣ ପାଲଟିଥିଲା।
୫୪ତମ ଅଲ୍ ବ୍ରିଡ୍ ସୋ’ରେ ସେଲଭା ମୁଥୁ କୁମାରଙ୍କ ଜର୍ମାନ ସେଫର୍ଡ ପ୍ରଥମ, ସୁଦୀପ କୁଣ୍ଡୁଙ୍କ ବିଗିଲ୍ ପୋଷ୍ଟୋ ଦ୍ୱିତୀୟ ଏବଂ କରନ୍ ସିଂହ ଓ୍ାଲିଆଙ୍କ ଲାବ୍ରାଡର ତୃତୀୟ ସ୍ଥାନ ଅଧିକାର କରିଥିଲା । ସେହିପରି ୫୫ତମ ଅଲ୍ ବ୍ରିଡ୍ ପ୍ରତିଯୋଗିତାରେ ପଲ୍ଲବ ସାହଙ୍କ ଜେସିକା ପ୍ରଥମ, ସୁଦୀପ୍ତ କୁଣ୍ଡୁଙ୍କ ବିଗିଲ୍ ପୋଷ୍ଟୋ ଦ୍ୱିତୀୟ ଏବଂ ଶୁଭୋଜିତଙ୍କ ଜର୍ମାନ ସେଫର୍ଡ ତୃତୀୟ ସ୍ଥାନ ଅଧିକାର କରିଥିଲା। ଫିଲପାଇନ୍ସର ମାରିଆ ମାଗାସେସ୍ ଏବଂ ବୁଲଗେରିଆର ନିକୋଲିନା ବିଚାରକ ଭାବେ ଯୋଗ ଦେଇଥିଲେ ।