ଭବାନୀପାଟଣା : କଳାହାଣ୍ଡି କଳାକାର ସଂଘ ଭବାନୀପାଟଣା ତରଫରୁ ସ୍ଥାନୀୟ ଟାଉନ ହଲରେ ୧୨ତମ ଜାତୀୟ ନାଟକ ମହୋତ୍ସବ ଉଦ୍ଘାଟିତ ହୋଇଛି। ପ୍ରଥମ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା ପୈାରାଧ୍ୟକ୍ଷା ସଂଯୁକ୍ତା ବେହେରା, କେସିଙ୍ଗା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ସର୍ଦ୍ଦାର ସୁରଜିତ ସିଂହ, ଅଶ୍ୱିନୀ ସାହୁ, କଳାକାର ସଂଘ ସମ୍ପାଦକ ରିୟାଜ ଖାନ, କାହ୍ନୁ ଚରଣ ଗଉଡ଼, କଳାହାଣ୍ଡି କଳାକାର ସଂଘ ସଭାପତି ଅବଦୁଲ କାଦିର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ନାଟକ ଗଧେ କି ବାରାତ।
ଶତାବ୍ଦୀ ଧରି ଧନୀ ଏବଂ ଗରିବଙ୍କ ମଧ୍ୟରେ ଏକ ଦୂରତ୍ବ ରହି ଆସିଛି ଏବଂ ବର୍ତ୍ତମାନ ସେହି ଦୂରତା ଖୁବ ପାର୍ଶ୍ୱବର୍ତ୍ତୀ ହୋଇପାରିଛି। ଲୋକ ପ୍ରତିନିଧିମାନେ ମଧ୍ୟ ଶାସକଙ୍କ ଚିନ୍ତାଧାରା ଗ୍ରହଣ କରି ସାଧାରଣ ଜନତାଙ୍କୁ ଭୁଲିଯାଆନ୍ତି। କାଲୁ ନାମକ ଜଣେ କୁମ୍ଭାର ସଜାନପୁର କାସ୍କେରେ ସ୍ୱର୍ଗ ଦ୍ୱାରା ଅଭିଶାପିତ ହେବା ପରେ ଚିତ୍ରାସେନ୍ ନାମକ ଜଣେ କୁମ୍ଭାର ଘରକୁ ଆସିଥାଏ। ସଜାନପୁରର ରାଜା ସତ୍ୟଧର୍ମାଙ୍କ ଝିଅ ରାଜକୁମାରୀ ତାଙ୍କ ବିବାହ ପାଇଁ ଏକ ସର୍ତ୍ତ ରଖିଛନ୍ତି। ଯିଏ ରାଜପ୍ରାସାଦରୁ ଗରିବ କଲୋନି ଯାଏଁ ଏକ ସେତୁ ନିର୍ମାଣ କରିବ ତାଙ୍କୁ ସେ ବିବାହ କରିବେ। କାଲୁଙ୍କ ଗଧ ସର୍ତ୍ତ ଅନୁଯାୟୀ ଗୋଟିଏ ରାତିରେ ସେତୁ ନିର୍ମାଣ କରେ ଏବଂ ସେ ରାଜକୁମାରୀଙ୍କୁ ବିବାହ କରିବା ମାତ୍ରେ ସେ ଅଭିଶାପରୁ ମୁକ୍ତ ହୋଇ ପୁନର୍ବାର ଗାନ୍ଧର୍ଭା ହୋଇଯାଏ। ଶକ୍ତି ଏବଂ ଗରିବ ଲୋକ ମଧ୍ୟରେ ଯୋଗାଯୋଗ ନିର୍ମାଣ ଉଦ୍ୟମ ଯୁଗ ଯୁଗ ଧରି ବିଫଳ ହୋଇଛି ଏବଂ ସାଧାରଣ ଲୋକ ପ୍ରତ୍ୟେକ ଥର ପ୍ରତାରିତ ହୋଇଛନ୍ତି। ଏହିଭଳି ଏକ ସମସାମୟିକ ସାମାଜିକ କାହାଣୀକୁ ନେଇ ଗତିଶୀଳ ହେଉଛି ନାଟକ ଗଧେ କି ବାରାତ।
ପାଥ ଅନୁଷ୍ଠାନ ଜାମସେଦପୁର ଦ୍ୱାରା ପ୍ରଦର୍ଶିତ ଏହି ନାଟକକୁ ମରାଠୀ ନାଟ୍ୟକାର ହରିଭାଇ ୱାଡଗାଓକର ରଚନା କରିଥିବା ବେଳେ ମହମ୍ମଦ ନିଜାମ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ରୂପେଶ କୁମାର, ସୁଷମା ପ୍ରାମାଣିକ, ଅମିତେଶ ସିଂହ, ବିବେକ ବିଶାଲ ସିଂହ, ରୋଶନ ଗଧି, ନେହା ତମଙ୍ଗ, ଆଶିଷ ପାଣ୍ଡେ, ବିକାଶ କର୍ମକାର, ଅଞ୍ଜଲି ରଜକ୍, ରୋଶନ କାଳିନ୍ଦୀ ପ୍ରମୁଖ ଅଭିନୟ କରିଥିଲେ। ଛବି ଦାଶ ସହନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ପରିଚାଳନା କରିଥିଲେ ବିକାଶ କୁମାର। ଉଦ୍ଘାଟନୀ ସନ୍ଧ୍ୟାରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମନୋଜ ଶର୍ମା। ଏଥିରେ ସମ୍ପାଦକ ରିୟାଜ୍ ଖାନ୍, କୋଷାଧ୍ୟକ୍ଷ ରଣଜିତ ସିଂ, ଭୀମସେନ ସାହୁ, ଅବଦୁଲ୍ଲା ଖାନ, ଆଲୋକ ସାହୁ, ବାବୁଲାଲ ଶର୍ମା, ବିଭୁରଂଜନ ପଣ୍ଡା, ବିରଞ୍ଚି ନାରାୟଣ ମୁଣ୍ଡ, ଦେବାଶିଷ ତ୍ରିପାଠୀ, ଧ୍ୟାନାନନ୍ଦ ପଣ୍ଡା, ହିତେଶ ଭୋଇ, ଜୟ ଶଙ୍କର ପଣ୍ଡା, କାହ୍ନୁ ଚରଣ ଗଉଡ଼, ମହମ୍ମଦ ବୁରହାନ୍, ରଞ୍ଜିତ ସିଂ, ଅନିଲ ବୈଠାରୁ, ନିମାଇ ଚରଣ ପାଣି, ପଦ୍ମନାଭ କୁମ୍ଭାର, ପ୍ରବୀଣ ଅଗ୍ରୱାଲ, ପ୍ରଦୀପ ଡି. ମାଝୀ, ଉମାକାନ୍ତ ବାଗ, ରାମେଶ୍ୱର ତ୍ରିପାଠୀ, ସତ୍ୟନାରାୟଣ ମିଶ୍ର, ଶେଷଦେବ ମିଶ୍ର, ସୌରଭ ମହାପାତ୍ର, ଶୁଭେନ୍ଦୁ ମହାପାତ୍ର, ତରୁଣ ମହାପାତ୍ର, ତଥାଗତ ମିଶ୍ର, ତ୍ରିମୋହନ ସାହୁ ପ୍ରମୁଖ ସହଯୋଗ କରିଥିଲେ।