ଭୁବନେଶ୍ବର: ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରେ ରାଜ୍ୟର ସମସ୍ତ ସ୍କୁଲଗୁଡିକରେ ମଧ୍ୟ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଭଳି ହେଲେ ଶୈକ୍ଷକ ଢାଂଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିବେ।
ଉଚ୍ଚଶିକ୍ଷା ବିଭାଗ ପରେ ଏବେ ସ୍କୁଲରେ ନୂତନ ଜାତୀୟ ଶିକ୍ଷାନୀତି ଲାଗୁ ହେବ। ଚଳିତ ମାସରେ ୨୦୨୪-୨୦୨୫ ପାଇଁ ଏହାକୁ ଉଚ୍ଚଶିକ୍ଷା ବିଭାଗରେ ଲାଗୁ କରାଯାଇଛି। ଏବେ ସ୍କୁଲସ୍ତରରେ ଜାତୀୟ ଶିକ୍ଷାନୀତି କାର୍ୟ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ।
ସ୍କୁଲରେ ଜାତୀୟ ଶିକ୍ଷାନୀତି 
-ଶୈକ୍ଷିକ ଢାଞ୍ଚାରେ ପରିବର୍ତ୍ତନ
-୧୦+୨ ବଦଳରେ ୫+୩+୩+୪ କରାଯିବ 
-ପିଲା ୩ ବର୍ଷରୁ ସ୍କୁଲ ଆସିବେ 
-୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମୂଳଦୁଆ ଉପରେ ଗୁରୁତ୍ୱ 
-୮ବର୍ଷ ପରେ ୩ ବର୍ଷ ଯାଏଁ ପ୍ରାଥମିକ ଶିକ୍ଷା
-ଏହାପର ୩ ବର୍ଷ ମାଧ୍ୟମିକ ଶିକ୍ଷା 
-ଏହାପରର ୪ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ଦିଆଯିବ
-ନିୟମିତ ଫରମେଟିଭ ଟେଷ୍ଟ 
-୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢ଼ିବାକୁ ଗୁରୁତ୍ବ
ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି କେମିତି ଲାଗୁହେବ ସେ ନେଇ ଏବେଠୁ ଅନେକ ସନ୍ଦେହ ସଷ୍ଟି ହେଲାଣି। ବର୍ତ୍ତମାନ ଅଙ୍ଗନବାଡ଼ିଠୁ ନେଇ +୨ ଶିକ୍ଷା ବ୍ୟବସ୍ଥା ଅଲଗା ଅଲଗା ରହିଛି। ଦୁଇଟି ଭିନ୍ନଭିନ୍ନ ବୋର୍ଡ଼ ପରୀକ୍ଷା କରୁଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଛାତ ତଳକୁ ଆଣିବ ବିଭାଗ।
-ପିଲାଙ୍କ ଅନୁପାତରେ ଶିକ୍ଷକ କମ ରହିଛନ୍ତି
-୭ହାଜରରୁ ଅଧିକ ସ୍କୁଲକୁ ମିଶ୍ରଣ କରାଯାଇଛି
-ଅଧିକାଂଶ ସ୍କୁଲରେ ଭିତ୍ତିଭୂମି ନାହିଁ
-ଆଦିବାସୀ ଅଂଚଳରେ ପିଲାଙ୍କୁ ସ୍କୁଲ ଆଣିବା ଏବେ ବି ସମସ୍ୟା  
ଜାତୀୟ ଶିକ୍ଷାନୀତି ଲାଗୁ କରିବାକୁ ଟାସ୍କଫୋର୍ସ କମିଟିର ସୁପାରିସ ଓ ଅନ୍ୟମାନଙ୍କ ମତାମତ ପରେ ଏହାକୁ ଲାଗୁ କରିବାକୁ ଯୋଜନା ରଖିଛି ଉଚ୍ଚଶିକ୍ଷା ବିଭାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
