ଗ୍ରାମୀଣ ବିକାଶ ଜାତୀୟ ଚଳଚ୍ଚିତ୍ର ମହୋତ୍ସବ : ଯଯାତିଙ୍କୁ ପ୍ରଥମ ପୁରସ୍କାର

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପକ୍ଷରୁ ଗତମାସ ୨୦ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ତୃତୀୟ ଗ୍ରାମୀଣ ବିକାଶ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଯଯାତି କରଣଙ୍କ ଡକ୍ୟୁମେଣ୍ଟାରି ପ୍ରଥମ ପୁରସ୍କାର ହାସଲ କରିଛି। ଯଯାତିଙ୍କ ୮ମିନିଟ୍‌ର ଡକ୍ୟୁମେଣ୍ଟାରି ‘ଟ୍ରାଡିସିନାଲ ହିଲର୍ସ’ ‘ଗ୍ରାମୀଣ ବିକାଶ ସଂପର୍କିତ ସାମାଜିକ ପ୍ରସଙ୍ଗ’ ବିଭାଗରେ ୯୦ଟି ଚଳଚ୍ଚିତ୍ରକୁ ପଛରେ ପକାଇ ଶ୍ରେଷ୍ଠ ବିବେଚିତ ହୋଇଛି। ପୁରସ୍କାର ବାବଦରେ ଯଯାତିଙ୍କୁ ୩୦ ହଜାର ଟଙ୍କା, ଟ୍ରଫି ଓ ଫଳକ ପ୍ରଦାନ କରାଯାଇଥିଲା। ଶ୍ରୀ କରଣ ଏବେ ଓମକମ୍ ଡିଜିଟାଲ ନ୍ୟୁଜ୍‌ର ପ୍ରତିଷ୍ଠାତା ସଂପାଦକ ଅଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ଟିଭି ଗଣମାଧ୍ୟମ ସହିତ ଜଡ଼ିତ ଥିବା ଶ୍ରୀ କରଣ ଅନେକ ଜାତୀୟ ପୁରସ୍କାର ସହିତ ଫୋଲୋସିପ୍ ପାଇଛନ୍ତି।

ଯଯାତିଙ୍କ ଡକ୍ୟୁମେଣ୍ଟାରି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ କିଭଳି ପାରମ୍ପରିକ ଚିକିତ୍ସକଙ୍କ ଦ୍ବାରା ସ୍ବାସ୍ଥ୍ୟ ଯୋଜନା ସଂପର୍କିତ ସଚେତନତା ସୃଷ୍ଟି କରିପାରିଛି ତାହା ଉପରେ ପର୍ଯ୍ୟବେସିତ। ବିଶେଷକରି କୋରାପୁଟ ଓ ମାଲକାନାଗିରି ଅଞ୍ଚଳରେ ଏହା ବିଶେଷକ ସହାୟକ ହୋଇପାରିଛି। ଏମ୍‌ଏଏନ୍‌ୟୁୟୁ, ଏଆଇଏମ୍‌ସିର ନିର୍ଦେଶକ ରିଜୱାନ ଅହମ୍ମଦ, ଲୋକସଭା ଟିଭିର ସଂପାଦକ ଶ୍ୟାମକିଶୋର ସହାୟ, ବିଜ୍ଞାନପ୍ରସାରର ବୈଜ୍ଞାନିକ ‘ଇ’ ଓ ଜାତୀୟ ବିଜ୍ଞାନ ଚଳଚ୍ଚିତ୍ର ମହୋତ୍ସବର ମୁଖ୍ୟ ନିମିଶ କପୁର ଏଥିରେ ବିଚାରକ ରହିଥିଲେ।

ସମ୍ବନ୍ଧିତ ଖବର