ଭବାନୀପାଟଣା : ପରିବର୍ତ୍ତନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତର ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶନିବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲାର ପରିବର୍ତ୍ତନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଅବସରରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଛକ, କୋକସରା ବ୍ଲକ ମୋଟେର ଛକ, ଭବାନୀପାଟଣା ବ୍ଲକ ସଦର ଥାନା ଅନ୍ତର୍ଗତ କୁଟୃଖମାର ଛକଠାରେ ଜାତୀୟ ରାଜପଥ ୨୬କୁ ଅବରୋଧ କରାଯାଇଥିଲା। ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ନେତୃତ୍ବରେ ସକାଳ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରାଯାଇଥିଲା।
ଏହି ରାସ୍ତାରୋକରେ ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘ ରାଜ୍ୟ ଅଧ୍ୟକ୍ଷା କମଳିନୀ ଯାଦବ, ଜିଲ୍ଲା ସଭାନେତ୍ରୀ ଅଞ୍ଜୁ କୁମାର, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ୟ ହଂସ, ବହୁଜନ କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦନ, ବହୁଜନ ମୁକ୍ତି ପାର୍ଟି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡ଼ାମାଝୀ, ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ସଞ୍ଜୟ ଶବର, ସମ୍ପାଦକ ଅହିଦ୍ୱଜ ନାଗ, ଭାରତୀ ବିଦ୍ୟାର୍ଥୀ ମୋର୍ଚ୍ଚା ଜିଲ୍ଲା ସଭାପତି ନିରଞ୍ଜନ ନାଏକ, ବନମାଳୀ ନାୟକ, କୁନୁ ଦୁର୍ଗା, ମୁରଲୀଧର ଚଲାନ, ବିନୟ ନାଗ, ଭୀମ ଭୋଇ, କ୍ଷୀରସିନ୍ଧୁ ନେଗୀ, ବିବେକ ସୁନାନୀ, ଜଗନ୍ନାଥ ନାଏକ, କରୁଣା ଚଣ୍ଡି, ସନ୍ତୋଷ ନାଏକ, ତ୍ରିଲୋଚନ କୁମ୍ଭାର, ଦୁଃଖୀ କୁମାର, ଡମ୍ବରୁଧର କୁମାର, ଯାଦବ ଶବର, କୃଷ୍ଣ ଚନ୍ଦ୍ର ନାଏକ, ବେରୋଜଗାର ମୋର୍ଚ୍ଚାର ଜ଼ିଲ୍ଲା ସଭାପତି ଚନ୍ଦ୍ରଶେଖର ଗୋପାଳ, ଆଦିବାସୀ ଏକତା ପରିଷଦର ଜ଼ିଲ୍ଲା ସଭାପତି କୁଶ ଶବର, ଆରପିଭିଏମ କୋକସରା ବ୍ଲକ ସଭାପତି କ୍ଷୀରସିନ୍ଧୁ ବୋଡ଼କିଆ, ବଳଦେବ ଜାଲ, ପର୍ଶୁରାମ ଶବର, ମୁନା ହାତୀ, କମଳ ଲୋଚନ ନାଏକ, ସୂର୍ଯ୍ୟକେତୁ ଶବର, ଡମ୍ବରୁଧର ଶବର, ଘନ ସିଂ, ଡମ ସିଂ, କଳ୍ପେଶ୍ୱର ନାଏକ, କୈବଲ୍ୟ ଚଲାନ, ଗୋବର୍ଦ୍ଧନ ଶବର, ରାଜମୋହନ ଶବର, ମଳୟ ଶବର, ମନୋଜ ଶବର, ଋଷି ଶବର, ସୁଶାନ୍ତ ଚଲାନ ପ୍ରମୁଖ ସାମିଲ ଥିଲେ।
/sambad/media/post_attachments/wp-content/uploads/2022/06/kokasara-300x168.jpg)
କୋକସରା: ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତ ମୁକ୍ତିମୋର୍ଚ୍ଚାର ମିଳିତ ଆନୁକୂଲ୍ୟରେ ଶନିବାର ଭାରତର ଏକତା ଓ ଅଖଣ୍ଡତାକୁ ବିପଦରେ ପକାଉଥିବା ସଂଗଠନ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେରଠାରେ କର୍ମକର୍ତ୍ତାମାନେ ଜାତୀୟ ରାଜପଥ ୨୬କୁ ସକାଳ ୯ରୁ ଦିନ ୧୧ଟା ପର୍ଯ୍ୟନ୍ତ ଅବରୋଧ କରି ବନ୍ଦ ପାଳନ କରିଥିଲେ। ୨ ଘଣ୍ଟା ପରେ ଆନ୍ଦୋଳନକାରୀ ରାସ୍ତାରୋକ ପ୍ରତ୍ୟାହୃତ କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଏହି ବନ୍ଦ ପାଳନରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଜିଲ୍ଲା ସଭାପତି ଆଦିତ୍ୟ ଯାଦବ, ପଛୁଆ ବର୍ଗ ବ୍ଲକ ସଭାପତି କ୍ଷୀରସିନ୍ଧୁ ବୋଡ଼କିଆ, ବେରୋଜଗାର ମୋର୍ଚ୍ଚା ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ଗୋପାଲ, ଗୋପାଳ ଧଙ୍ଗଡ଼ା ମାଝୀ, ରମେଶ ବେମାଲ, ସୁଶାନ୍ତ ଚଳାନ, ପର୍ଶୁରାମ ଶବର, ଡମ ସିଂ, ବଳଦେବ ଜାଲ, ମୁନ୍ନା ହାତୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/kalahandi-bandh.jpg)