ରାଉରକେଲା: ଯନ୍ତ୍ରଣା ଦେଉଛି ଜାତୀୟ ରାଜପଥ

ବାକି ପଡିଛି ୩୫% କାମ, ଡିସେମ୍ବର ନୁହେଁ ସରିବାକୁ ଆହୁରି ବିଳମ୍ବ

ରାଉରକେଲା : ଯନ୍ତ୍ରଣା ଦେଉଛି ପାନପୋଷ-ବାରକୋଟ ଓ ପାନପ‌ୋଷ-ବୀମରିତ୍ରପୁର ୧୪୩ ନଂ ଜାତୀୟ ରାଜପଥ। ବର୍ଷ ବର୍ଷ ଧରି ସମ୍ପ୍ରସାରଣ କାମ ଚାଲିଛି ଶେଷ ହେଉନି। ଏହି ରାସ୍ତାରେ ଗଲେ ଗନ୍ତବ୍ୟ ସ୍ଥଳରେ କେବେ ପହଞ୍ଚିବେ କିଛି ଠିକଣା ନଥାଏ। ରାଉରକେଲାରୁ ବାରକୋଟ୍ ପ୍ରାୟ ୧୦୦ କିଲୋମିଟର ରାସ୍ତାକୁ ଅତିକ୍ରମ ଲାଗିଥାଏ ୬ରୁ ୭ ଘଣ୍ଟା। ରାଜନୈତିକ ଦଳ, ସ୍ଥାନୀୟ ବାସିନ୍ଦା ପ୍ରତିବାଦ ପରେ ସମସ୍ୟା ସୁଧାରିବାକୁ ଏନ୍ଏଚ୍ଏଆଇ ତତ୍ପର ହୋଇଛି। ମାତ୍ର ମରାମତି ଓ ସମ୍ପ୍ରସାରଣ କାମ ଯେମିତି ଚାଲିବା କଥା ତା ହେଉ ନାହିଁ। । ତିନିଟି ଠିକା ସଂସ୍ଥା ଜିକେସି, ଆର୍କେଡି, ଗାୟତ୍ରୀ କନଷ୍ଟ୍ରକ୍ସନ ସମ୍ପ୍ରସାରଣ କାମ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୫% କାମ ଶେଷ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଦି ୬୫% କାମ ଶେଷ କରିବାକୁ ତିନି ଠିକା ସଂସ୍ଥାକୁ ୩୨ ମାସ ଲାଗୁଛି। ଅବଶିଷ୍ଟ ୩୫% କାମ ମାତ୍ର ୫ ମାସରେ କେମିତି ସାରିବାକୁ ଏନ୍‌ଏଚ୍‌ଆଇ ଦମ୍ଭୋକ୍ତି ପ୍ରକାଶ କରୁଛି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

The News Khazana

ସେପଟେ ଜାତୀୟ ରାଜପଥର ବାସ୍ତବ ଚିତ୍ରକୁ ଦେଖିଲେ ୩୫% ନୁହେଁ ପାଖାପାଖି ୪୫% ରୁ ଅଧିକ କାମ ବାକି ରହିଛି। ପାନପୋଷ -ବାରକୋଟ ମଧ୍ୟରେ ପ୍ରାୟ ୧୫% କାମ ବାକି ରହିଛି। ସେମିତି ପାନପୋଷ-ବୀରମିତ୍ରପୁର ମଧ୍ୟରେ ୩୦%ରୁ ଅଧିକ କାମ କରିବାକୁ ରହିଛି। ସେପଟେ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ, ସ୍ଥାନୀୟ ବାସିନ୍ଦା। ମରାମତି ନ ସରୁଣୁ ଅଧିକାଂଶ ସ୍ଥାନରେ ରାସ୍ତାରେ ପୁଣି ଫାଟ ସୃଷ୍ଟି ହେଲାଣି ତ ପୁଣି କେଉଁଠି ଗର୍ତ୍ତ। ଜିଲ୍ଲାବାସୀଙ୍କ ଜୀବନ ରେଖା ଏହି ଜାତୀୟ ରାଜପଥ ନିର୍ଭରଶୀଳ ହଜାର ହଜାର ଲୋକ ଦୈନନ୍ଦିନ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଦୁର୍ଘଟଣା ବଢ଼ୁଛି। ଅନେକଙ୍କ ଜୀବନ ଯାଉଛି। ଗୁରୁତର ରୋଗୀଟିଏ ରାସ୍ତାରେ ଯିବାକୁ ଚାହୁଁ ନାହାନ୍ତି। ସେପଟେ ଏନ୍ଏଚ୍ଏଆଇ ତିଟି ଠିକା ସଂସ୍ଥାକୁ ମରାମତି ଓ ସମ୍ପ୍ରସାରଣ କାମ ଦେଇ ନିଜର ଯେମିତି କାମ ସାରି ଦେଇଛି। ରାଜପଥ ଦୁର୍ଦ୍ଦଶା ପାଇଁ ସାଂସଦ, ବିଧାୟକ ପକ୍ଷରୁ ସେତିକି ତତ୍ପରତା ପ୍ରକାଶ ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଜାତୀୟ ରାଜପଥ ଯନ୍ତ୍ରଣାରୁ ଜିଲ୍ଲାବାସୀ କେବେ ମୁକ୍ତି ପାଇବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Facebook

ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ସୌରଭ ଚୌରାସିଆକୁ ପଚାରିବାରୁ ସେ କହିଛନ୍ତି କାମ ଶେଷ କରିବାକୁ ଗତ ୨୦୨୧ ଜୁନ୍‌ ଠିକା ସଂସ୍ଥାକୁ ସମୟ ଦିଆଯାଇଥିଲା। କାମ ନ ସରିବାରୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ରଖାଇଥିଲା। ମାତ୍ର ଯେତିକି କାମ ବାକି ରହିଛି ଡିସେମ୍ବର ନୁହେଁ ୨୦୨୨ ଜାନୁଆରୀ କିମ୍ବା ଫେବୃ୍ୟାରୀ ମାସ ହୋଇପାରେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାର ପୋର୍ଟ ପଡିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଜିଲ୍ଳାବାସୀ କରତାଳି ଦେଇ ସ୍ବାଗତ କରିଥିଲେ। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ ହେବାକୁ ଲାଗିଲା ଦୁଇ ବର୍ଷ। ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବାଲୁଘାଟସ୍ଥିତ ପଡିଆରେ ଆୟୋଜିତ ଶିଳାନ୍ୟାସ ସଭାରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଘୋଷଣା କରିଥିଲେ। ନିର୍ମାଣ କାମ ହାଇଦ୍ରାବାଦର ନିର୍ମାଣକାରୀ ସଂସ୍ଥା ଜିକେସିକୁ ଦିଆଯାଇଥିଲା। ବୀରମିତ୍ରପୁର ପଟୁ କାମ ଆରମ୍ଭ କରାଯିବ ବୋଲି କୁହାଯାଇଥିଲ। ବିଡମ୍ବନା, ୧୫ ଦିନ ମଧ୍ୟରେ ମାଟି ମୁଠାଏ ପଡି ନଥିଲା।

ଗତ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା। ବୀରମିତ୍ରପୁରରୁ ପାନପୋଷ ୨୯ କି.ମି. ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କି.ମି. ଏବଂ ରାଜାମୁଣ୍ଡାରୁ ବାରକୋଟ୍ ୫୦ କି.ମି. ରାସ୍ତା ବାବଦରେ ମୋଟ ୪୬୨ କୋଟି, ରାଜାମୁଣ୍ଡାରୁ କୋଇଡା ପ୍ରାୟ ୪୮ କି.ମି. ରାସ୍ତା ମରାମତିରେ ୩୦୦ କୋଟି ଏମିତି ମୋଟ ୧୧୨୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ବୀରମିତ୍ରପୁରରୁ ପାନପୋଷ ଏବଂ ପାନପୋଷରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ସଂସ୍ଥାକୁ ସମ୍ପ୍ରସାରଣ ଓ ମରାମତି କାମ ଦିଆଯାଇଛି। ରାଜାମୁଣ୍ଡାରୁ ବାର୍କୋଟ, ରାଜାମୁଣ୍ଡାରୁ କୋଇଡା ପର୍ଯ୍ୟନ୍ତ ଅନ୍ୟ ଦୁଇଟି ସଂସ୍ଥାକୁ କାମ ଦିଆଯାଇଛି।

 

 

ସମ୍ବନ୍ଧିତ ଖବର