ଚଣ୍ଡିଖୋଲ : ବଡ଼ଚଣାର ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ ଓ ପ୍ରସ୍ତର ଶିଳ୍ପୀ ସ୍ବର୍ଗତ ରଞ୍ଜନ ମହାରଣାଙ୍କ ପତ୍ନୀ ସ୍ନେହଲତା ମହାରଣାଙ୍କୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଅତିଥି ଭାବେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଶ୍ରୀ ଦାସ ଓ ଶ୍ରୀମତୀ ମହାରଣାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ସଫଳତା ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Advertisment

ଜାତୀୟ ପୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା, ଡ. ଭାଗ୍ୟଧର ସାହୁ, ଅଧ୍ୟାପକ ଯଚିନ୍ଦ୍ର ରାଉତ, ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ସ୍ତମ୍ଭକାର ମିହିର ପ୍ରତାପ ଦାସ, ପୂର୍ବତନ ସରପଞ୍ଚ ଶରତ କୁମାର ସାମଲ, ଶାରଦା ପ୍ରସନ୍ନ ମହାନ୍ତି, ସରପଞ୍ଚ କିଶୋର ବେହୁରା, ସୁଦୀପ ସାମଲ, ଶ୍ରୀକାନ୍ତ ସାମଲ, ମନୋଜ କୁମାର ପରିଡ଼ା, ବିଳାଶ ଚନ୍ଦ୍ର ବାରିକ, ପ୍ରକାଶ ଚନ୍ଦ୍ର ସାମଲ ଓ ସେକ ମୋଇନ ଅହେମଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରକାଶ ଯେ,  ୨୦୧୮ ମସିହାର ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବଡ଼ଚଣା ଶୁଖୁଆପଡ଼ା ଗ୍ରାମର ପ୍ରସ୍ତର ଶିଳ୍ପୀ ରଞ୍ଜନ ମହାରଣାଙ୍କର ପରଲୋକ ହୋଇ ଯାଇଥିବାରୁ ତାଙ୍କ ପତ୍ନୀ ସ୍ନେହଲତା ନୂଆଦିଲ୍ଲୀରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।