ବିଧାନସଭାରେ ଉଠିଲା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ପ୍ରସଙ୍ଗ: ଓଡ଼ିଆଙ୍କ କ୍ଷେତ୍ରରେ ସଂରକ୍ଷଣ କରୁନଥିବା ନେଇ କ୍ଷୋଭ

ଭୁବନେଶ୍ବର : ରାଜ୍ୟ ସରକାର ମାଗଣାରେ ଜମି େଯାଗାଇ ଦେବେ। ଆଲୁଅ ଦେବେ। ସବୁ ସୁବିଧା ନେବା ପରେ ବି ଓଡ଼ିଆ ପିଲାଙ୍କୁ ଆଇନ ପଢିବା ଲାଗି କୌଣସି ସ୍ବତନ୍ତ୍ର ସୁେଯାଗ ଦେବେନି।

‘ସମ୍ବାଦ’ରେ ପ୍ରକାଶିତ ଖବରକୁ ଆଧାର କରି ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଏମିତି ଢଙ୍ଗରେ କମ୍ପିଥିଲେ। ଶ୍ରୀ ମହାରଥୀ କହିଥିଲେ, ଏହି ପ୍ରସଙ୍ଗଟି ଓଡ଼ିଶାର ସ୍ବାଭିମାନ ସହିତ ଜଡ଼ିତ। କଟକରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ କୁଠାରଘାତ କରୁଛି। ୨୦୦୯ ମସିହାରେ ଏହି ବିଶ୍ବବିଦ୍ୟାଳୟ ନରାଜ ଠାରେ ଆରମ୍ଭ େହାଇଛି। େଦଶରେ ଏଭଳି ଆହୁରି ୧୮ଟି ବିଶ୍ବବିଦ୍ୟାଳୟ ରହିଛି। ସେସବୁ ସ୍ଥାନରେ ସ୍ଥାନୀୟ ଯୁବକ ପଢିବା ଲାଗି ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ଓଡ଼ିଶାରେ ଥିବା ଏହି େଗାଟିଏ ବିଶ୍ବବିଦ୍ୟାଳୟ ଏହି ନିୟମକୁ ମାନୁନି। େଗାଟିଏ ବି ଓଡ଼ିଆ ପିଲାଙ୍କୁ ସେମାନେ େନଉନାହାନ୍ତି। କର୍ତୃପକ୍ଷ କହିଛନ୍ତି େଯ କାର୍ଯ୍ୟକାରୀ କମିଟି ବୈଠକ ବସିପାରୁନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି େଲଖି ଅନୁେରାଧ କରିଛି। ତଥାପି ସେମାନେ ଶୁଣିବେନି।

ଶ୍ରୀ ମହାରଥୀ କହିଥିଲେ, ଓଡ଼ିଶାର ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରଙ୍ଗନାଥ ମିଶ୍ର, ଜଷ୍ଟିସ େଗାପାଳ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି େହାଇଛନ୍ତି। ଓଡ଼ିଶାର ପିଲା ପାଠ ପଢ଼ିଲେ, ସଂସ୍ଥାର ବ୍ରାଣ୍ଡ ଭାଲ୍ୟୁ ନଷ୍ଟ େହାଇଯିବ। ଓଡ଼ିଶାର ଦିଗପହଣ୍ଡିରୁ ଆରମ୍ଭ କରି ଜୟପୁର ପର୍ଯ୍ୟନ୍ତ ବହୁ ଆଇନଜୀବୀ ଏହାଦ୍ବାରା ଲାଭ ଉଠାଇପାରନ୍ତେ। ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ବାଚସ୍ପତି ତୁରନ୍ତ ହସ୍ତକ୍ଷେପ କରିବା ଲାଗି ଶ୍ରୀ ମହାରଥୀ ଦାବି କରିଥିଲେ।

ସମ୍ବନ୍ଧିତ ଖବର