ଭୁବନେଶ୍ବର : ୩୯ତମ କନିଷ୍ଠ ଟାଏକୋଣ୍ ଡୋ ଚାମ୍ପିଅନ୍‌ସିପ୍‌ରେ ଏକକ ଭାବେ କାଂସ୍ୟ ଓ ଦଳଗତ ଭାବେ ରୌପ୍ୟପଦକ ଜିତି ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି ଜଗବନ୍ଧୁ ସାହୁ। କେଏମ୍‌ବିବି ପବ୍ଲିକ୍ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର‌ ଜଗବନ୍ଧୁ ଉତ୍ତରପ୍ରଦେଶ ବରେଲିଠାରେ ଜାନୁଆରି ୨୭ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ଏହି ଚାମ୍ପିଅନ୍‌ସିପ୍‌ରେ ଭାଗ ନେଇଥିଲେ। ଏଥିରେ ୨୩ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

Advertisment

ଜଗବନ୍ଧୁ ତାଙ୍କ ସଫଳତାର ଶ୍ରେୟ କେଏମ୍‌ବିବି ପ୍ଲବିକ୍‌ ସ୍କୁଲର ଅଧ୍ୟକ୍ଷ ବିଜୁନି ଚରଣ ସୂତାର, ପ୍ରଶିକ୍ଷକ ଆରିୟନ ‌ଚୌଧୁରୀ ଏବଂ ଓଡ଼ିଶା ଟାଏକୋ‌ଣ୍ଡୋ ଆସୋସିଏସନ୍‌ର ସାଧ‌ାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ଦେଇଛନ୍ତି। ଏହି ଅବସରରେ ସ୍କୁଲ ତରଫରୁ ଅଧ୍ୟକ୍ଷ ଡ. ସୂତାର ସ୍କୁଲ ପରିସରରେ ଜଗବନ୍ଧୁ ଓ ତାଙ୍କ ପ୍ରଶିକ୍ଷକଙ୍କୁ ସମ୍ମାନିତ କରିଥିଲେ।