୨୧ରୁ ଜାତୀୟ ମିଡିଆ କନ୍‌କ୍ଲେଭ୍

ଭୁବନେଶ୍ବର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜାତୀୟ ମିଡିଆ କନ୍‌କ୍ଲେଭ୍ ଆସନ୍ତା ୨୧ରୁ ୨୩ ତାରିଖ ଯାଏ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହାର ମୁଖ୍ୟ ବିଷୟବସ୍ତୁ ରହିଛି ‘ବିକାଶ ପାଇଁ ଯୋଗାଯୋଗ’। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଦେଶର ୪୦ରୁ ଅଧିକ ବିଶ୍ବବିଦ୍ୟାଳୟରୁ ପ୍ରାୟ ୪୦୦ ଶିକ୍ଷାବିତ୍, ଗବେଷକ, ଅଧ୍ୟାପକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେବେ। ଆଜି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ମିଡିଆ କନ୍‌କ୍ଲେଭ୍‌ର ୱେବ୍‌ସାଇଟ୍‌ ଓ ଲୋଗୋ ଉନ୍ମୋଚନ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ହେମନ୍ତ ଶର୍ମା, ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମିଡିଆ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ, ପରିଚାଳନା କମିଟିର ସଦସ୍ୟ ହର ପ୍ରସନ୍ନ ଦାସ ଓ ଅଧ୍ୟାପକ ମନୋରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର