ପ୍ରକାଶ ପାଇଲା ନୀତି ଆୟୋଗ ରିପୋର୍ଟ: ବହୁବିଧ ଦାରିଦ୍ର୍ୟରେ ଓଡ଼ିଶାର ସ୍ଥାନ ଦେଶରେ ୯ମ

ଭୁବନେଶ୍ବର: ‘ଜାତୀୟ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ’ରେ ଓଡ଼ିଶା ଦେଶର ୯ମ ସ୍ଥାନରେ ରହିଥିବା କଥା ‘ନୀତି ଆୟୋଗ’ ପ୍ରକାଶ କରିଥିବା ‘ବେସ୍‌ଲାଇନ୍‌ ରିପୋର୍ଟ ୨୦୨୧’ରୁ ଜଣାପଡ଼ିଛି।

ଓଡ଼ିଶାର ୨୯.୩୫% ଜନତା ବିଭିନ୍ନ କ୍ଷେତ୍ରରେ ଦାରିଦ୍ର୍ୟ ତାଡ଼ନାରେ ସରବ୍ୟ ହେଉଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ରାଜ୍ୟର ୩୭.୨୬% ଜନତା ସୁଷମ ଆହାର ପାଉନାହାନ୍ତି। ରାଜ୍ୟରେ ଶିଶୁ ଓ କିଶୋର ମୃତ୍ୟୁହାର ମଧ୍ୟ ୨.୨୩% ରହିଛି। ସେହିପରି, ମାନସିକ ସ୍ବାସ୍ଥ୍ୟ ସୁବିଧା ପାଇବାରୁ ୧୯.୫୦% ଜନତା ବଞ୍ଚିତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ସ୍କୁଲ୍‌ ଶିକ୍ଷାରୁ ୧୬.୬୬% ବଞ୍ଚିତ ଏବଂ ୪.୯୫%ଙ୍କର ସ୍କୁଲ୍‌ ଉପସ୍ଥାନ ନ ଥିବା କଥା ମଧ୍ୟ ସେଥିରୁ ଜଣାପଡ଼ିଛି।

Image Courtesy of Mint

ଏହା ବ୍ୟତିରେକେ, ରାଜ୍ୟର ୬୫.୩୦% ଜନତା ରନ୍ଧନ ଇନ୍ଧନ, ୩୯.୫୦% ପରିମଳ, ୨୦.୯୭ ପାନୀୟ ଜଳ ୩.୦୦% ବିଜୁଳି, ୫୫.୮୧% ବାସଗୃହ, ୧୯,୨୨% ସମ୍ପତ୍ତିବାଡ଼ି, ୧୦.୯୪% ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଆଦିରୁ ବଞ୍ଚିତ ଅଛନ୍ତି ବୋଲି ‘ନୀତି ଆୟୋଗ ରିପୋର୍ଟ’ରେ ଉଲ୍ଲେଖ ଅଛି।

Image Courtesy of Firstpost

୨୦୧୫-୧୬ରେ କରାଯାଇଥିବା ୪ର୍ଥ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ଉପରେ ଆଧାରିତ ‘ନୀତି ଆୟୋଗ’ର ଏହି ‌ରିପୋର୍ଟରେ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କର ପ୍ରଥମ ସ୍ଥାନରେ ରହିଛି ବିହାର। ଦ୍ବିତୀୟ ସ୍ଥାନରେ ଝାଡ଼ଖଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ବିହାରରେ ୫୧.୯୧% ଜନତା ଦାରିଦ୍ର୍ୟ ପ୍ରପୀଡ଼ିତ ଥିବାବେଳେ ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶରେ ଯଥାକ୍ରମେ ୪୨.୧୬% ଏବଂ ୩୭.୭୯% ଜନତା ଦାରିଦ୍ର୍ୟ କବଳିତ ହୋଇଛନ୍ତି।

ସମ୍ବନ୍ଧିତ ଖବର