ଜୟପୁର : ସ୍ଥାନୀୟ ଏମ୍.ଏସ୍.ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଓ ବିଜୁ ପଟ୍ଟନାୟକ ଆଦିବାସୀ କୃଷି ଜୈବ-ବିବିଧତା କେନ୍ଦ୍ର ପରିସରରେ ଜାତୀୟ ପୋଷଣ ସୁରକ୍ଷା ଅଭିଯାନ ମାସ ପାଳନର ଉଦ୍‌ଯାପନି ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜୟପୁର ବନଖଣ୍ଡ ବନାଧିକାରୀ ଏନ୍.ଏସ୍.ଜେ.ପି. ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଡଃ ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ଉଦ୍ୟାନବିତ ଏସ୍.ଭି. ରମାଣା, ଅନ୍‌ଲାଇନ୍‌ରେ ଚେ଼ନ୍ନାଇରୁ ଡଃ ଜି.ଏନ୍. ହରିହରନ୍ ଓ ଡଃ ଆର୍.ଭି.ଭବାନୀ ଯୋଗ ଦେଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ କୋରାପୁଟ, ଜୟପୁର, କୁନ୍ଦ୍ରା ଓ ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ୨୨ଟି ଗ୍ରାମରୁ ୨୫ ଜଣ ଚାଷୀ ଭାଇ ଭଉଣୀମାନେ ଯୋଗଦାନ କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମ ଚ଼ଳିତ ସେପ୍ଟେମ୍ୱର ମାସ ଆରମ୍ଭରୁ ଏ ପର୍ଯ୍ୟନ୍ତ ତିରିଶ ଦିନ ଧରି ଚାଲିଥିବାବେଳେ ଏଥିରେ ୨୨ଟି ଗ୍ରାମରେ ପର୍ଯ୍ୟାୟକ୍ରମେ ପୋଷଣଜନିତ ସଚେ଼ତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ପ୍ରାୟ ୮୦୦ ଚାଷୀ ଭାଇ ଭଉଣୀଙ୍କୁ ପୋଷଣ ତତ୍ତ୍ୱ ଉପରେ ସଚେତନ କରାଯାଇଥିଲା ଓ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଫଳଗଛ ଯଥା- ଅମୃତଭଠା, ମୁନିଙ୍ଗା, ଲେମ୍ୱୁ, କଦଳୀ, ଡାଳିମ୍ୱ, ପିଜୁଳି, ସପୁରୀ, ଆତ ଇତ୍ୟାଦି ସହିତ ବିଭିନ୍ନ ପ୍ରକାର ପନିପରିବା ମଞ୍ଜି ବିତରଣ କରାଯାଇଥିଲା। ପ୍ରତ୍ୟେକ ପରିବାର ସେମାନଙ୍କ ଘର ବାଡ଼ିରେ ଗୋଟିଏ ଗୋଟିଏ ସ୍ୱାମୀନାଥନ ପୋଷଣ ବଗିଚା ତିଆରି କରିଛନ୍ତି ।

publive-imageଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରୁପର ଫଳ, ପନିପରିବା ଆଦି ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଡଃ ଶ୍ୟାମ ସୁନ୍ଦର ପାଣିଗ୍ରହୀ ଓ ଏସ୍.ଭି.ରମଣା ଉପସ୍ଥିତ ଚାଷୀଭାଇ ଭଉଣୀମାନଙ୍କୁ ବିଭିନ୍ନ ପ୍ରକାର ଗ୍ରୁପର ଖାଦ୍ୟଗୁଣ ଓ ତାର ଉପକାରିତା ଉପରେ ବୁଝାଇଥିଲେ । ସେହିପରି ଚେ଼ନ୍ନାଇର ଡଃ ହରିହରନ୍ ଓ ଡଃ ଭବାନୀ ସମସ୍ତଙ୍କୁ ଏହି ପୋଷଣକାରୀ ଫଳ, ପନିପରିବା ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ୍ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସ୍ୱାମୀନାଥନ୍ ପ୍ରତିଷ୍ଠାନର ସଂଯୋଜକ ଅକ୍ଷୟ କୁମାର ପଠା ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଅଲୋଚନା କରିଥିଲେ । ଏହାପରେ ଫାଉଣ୍ଟେସନ୍ ପରିସର ମଧ୍ୟରେ ଥିବା ପୋଷଣ ବଗିଚା ସମସ୍ତେ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବୈଜ୍ଞାନିକ କାର୍ତ୍ତିକ ଚ଼ରଣ ଲେଙ୍କା ଓ ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡ଼ା ପରିଚାଳନା କରିଥିଲେ ।