କେନ୍ଦ୍ରାପଡ଼ା: ଓଡ଼ିଶା: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି-୨୦ ୱାର୍କିଂ ଗ୍ରୁପ୍ ଅଫ୍ ଏଜୁକେସନ୍ କାର୍ଯ୍ୟକ୍ରମ ଅଧୀନରେ 'ଜୈବ ବିବିଧତା ସଂରକ୍ଷଣ: ସମୟର ଆବଶ୍ୟକତା' ଶୀର୍ଷକ ଏକ ସେମିନାର ଏପ୍ରିଲ ୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଜି-୨୦ ୱାର୍କିଂ ଗ୍ରୁପ୍ ଅଫ୍ ଏଜୁକେସନ୍ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱବିଦ୍ୟାଳୟକୁ ଆଙ୍କର ଇନଷ୍ଟିଚ୍ୟୁସନ ଭାବେ ଚୟନ କରାଯାଇଛି।

Advertisment

publive-image

ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍ ଘାଟନ କରିଥିଲେ। ସେ ଆମ ଦେଶର ପାରମ୍ପରିକ ଜ୍ଞାନ ଏବଂ ଆଧ୍ୟାତ୍ମିକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର ଏକାଡେମିକ୍ସ ଆଣ୍ଡ ପ୍ରଶାସନ ଉପଦେଷ୍ଟା ପ୍ରଫେସର ସୁଧେନ୍ଦୁ ମଣ୍ଡଳ ଓ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବା ପ୍ରସାଦ ଅଧିକାରୀ ଏହି ସ୍ୱତନ୍ତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଫେସର ତ୍ରିପାଠୀ କହିଥିଲେ ଯେ, ପୃଥିବୀରେ ପ୍ରତ୍ୟେକ ପ୍ରଜାତି ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ରେ ଜନ୍ମ ଗ୍ରହଣ କରିଥାନ୍ତି। ଜୈବ ବିବିଧତାର ସଂରକ୍ଷଣ ପ୍ରଜାତିର ଅସ୍ତିତ୍ୱ ଉପରେ ନିର୍ଭର କରେ। ତେଣୁ ଜୈବ ବିବିଧତାର ସଂରକ୍ଷଣ ସମୟର ଆବଶ୍ୟକତା ବୋଲି ସେ ଗୁରୁତ୍ଵାରୋପ କରିଥିଲେ। ଆମ ପରମ୍ପରା ସର୍ବଦା ଏହାର ସଂରକ୍ଷଣ ପାଇଁ ଚେଷ୍ଟା କରେ କିନ୍ତୁ ପାଶ୍ଚାତ୍ୟ ଦେଶମାନେ ଏହାକୁ ନଷ୍ଟ କରି ଅନ୍ତର୍ଜାତୀୟ ସ୍ତରରେ ସଂରକ୍ଷଣ ପାଇଁ ଚିତ୍କାର କରନ୍ତି ବୋଲି ସେ କହିଥିଲେ।