ଏନଏସଏସ ମୁକ୍ତଶାଖା ପକ୍ଷରୁ ଅନ୍‌ଲାଇନରେ ଜାତୀୟ ସେବା ଦିବସ ପାଳିତ

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ମୁକ୍ତଶାଖା ପକ୍ଷରୁ ଶାଖାର କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ରଞ୍ଜନ ଦାସଙ୍କ ଆବାହକତ୍ୱ ଏବଂ ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜିକା ଅଧ୍ୟାପିକା ଉଷା ଶତପଥୀଙ୍କ ପୌରୋହିତ୍ୟରେ ଅନ୍‌ଲାଇନରେ ଜାତୀୟ ସେବା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରମୋଦ କୁମାର ଶତପଥୀ ଯୋଗ ଦେଇ ଜାତୀୟ ସେବା ଦିବସ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଉଚ୍ଚଶିକ୍ଷା ବିଭାଗର ଉପସଚିବ ଓ ଜାତୀୟ ସେବା ଯୋଜନାର ରାଜ୍ୟ ଅଧିକାରୀ ସୁରେଖା ସୁନ୍ଦରୀ ସ୍ୱାଇଁ ବିଶ୍ୱବିଦ୍ୟାଳୟରେ ସେବା ଯୋଜନା ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ଯୋଜନାଗୁଡ଼ିକର ଭୂୟସୀ ପ୍ରଶଂସା କରିବା ସହ ରାଷ୍ଟ୍ରପତିଙ୍କ ପକ୍ଷରୁ ସଦ୍ୟ ପୁରସ୍କାର ପାଇଥିବା ଦୁଇ ଜଣ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ସାଇଦା ନାୟକ, ଜାତୀୟ ସେବା ଯୋଜନା ଟ୍ରେନର ନୀରବ ବରଣ ଖୁଣ୍ଟିଆ, ମୟୂରଭଞ୍ଜ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଶୁଭେନ୍ଦୁ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା, ବିଶିଷ୍ଟ କବି ପ୍ରଶାନ୍ତ ଦାସ, ପିୟୂଷ ପ୍ରାୱାପେ, ଗୌରାଙ୍ଗ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଉପାଦେୟ କାର୍ଯ୍ୟକ୍ରମ ଓ ସେବା ଦିବସ ପାଳନ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ ସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଜାତୀୟ ସେବା ଯୋଜନା ମୁକ୍ତଶାଖା ପକ୍ଷରୁ ଶାଖାର କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର