ସୁନ୍ଦରଗଡ଼: ବିଶ୍ବ ବିଖ୍ୟାତ କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଆସୁଛି। ଏହି ଅବସରରେ ଭବାନୀପୁର କ୍ରୀଡ଼ା ଛାତ୍ରାବାସରେ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ କ୍ରୀଡ଼ା ଦିବସ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ରାଜପଥ-୧୦ ପାରିଜାତ ପାର୍କ ଛକକୁ ହକି ଛକ ଭାବେ ଘୋଷଣା କରାଯାଇଛି। ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଯୋଗ ଦେଇ କ୍ରୀଡ଼ା ଦିବସର ଶୁଭାରମ୍ଭ କରି ଛାତ୍ରାବାସ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ‘ହକି ଛକ କ୍ରୀଡ଼ା ପ୍ରତିଭାମାନଙ୍କୁ ଆଗକୁ ବଢ଼ି ଅଲିମ୍ପିକ ଓ ବିଶ୍ବକପ୍ ଭଳି କ୍ରୀଡ଼ାରେ ଭାଗ ନେବାକୁ ପ୍ରେରିତ କରିବ’ ବୋଲି ସେ କହିଥିଲେ। ଉଦଘାଟନ ପରେ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା ବାହାରି ଜାତୀୟ କ୍ରୀଡ଼ା ଦିବସର ବାର୍ତ୍ତା ଦେଇଥିଲେ। ଜିଲ୍ଲା ହକି ଆସୋସିଏସନ ଉପସଭାପତି ରାମେଶ୍ବର ଟପ୍ପୋ, ସମ୍ପାଦକ ସିଲଭେଷ୍ଟାର ତିର୍କୀ, ଯୁଗ୍ମସମ୍ପାଦକ ଚାରୱା ବାର୍ଲା, କୋଷାଧ୍ୟକ୍ଷ ଫ୍ରାନସିସ କୁଜୁର, ବରିଷ୍ଠ ହକି କୋଚ ତେଜକୁମାର ଖେସ ପ୍ରମୁଖ ଉପସ୍ଥିତ ଥିଲେ।
କ୍ରୀଡ଼ା ଛାତ୍ରାବାସରେ ଜାତୀୟ କ୍ରୀଡ଼ା ଦିବସ: ପାରିଜାତ ପାର୍କ ଛକକୁ ହକି ଛକ ମାନ୍ୟତା
/sambad/media/post_attachments/wp-content/uploads/2023/08/f120d636-2bc9-4340-8588-c9c84abc5342.jpeg)