ଭୁବନେଶ୍ବର : ସମସ୍ତଙ୍କ ଜୀବନରେ କ୍ରୀଡ଼ା ତଥା ଦୈନନ୍ଦିନ କାର୍ଯ୍ୟକଳାପର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୭ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସୋମବାର ଦିନ ଏହାର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି।

Advertisment

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ଦେଶର କ୍ରୀଡ଼ା ନାୟକ ଏବଂ ସର୍ବଜୟୀ ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଏବଂ ଦେଶକୁ ସମ୍ମାନ ଆଣିବାରେ ସେମାନଙ୍କର ଅବଦାନକୁ ସମ୍ମାନିତ କରାଯାଇଛି। କ୍ରୀଡା ପ୍ରତି ଜନସାଧାରଣଙ୍କ ଉତ୍ସାହ ବୃଦ୍ଧି ଏବଂ ଏହାକୁ ସେମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଉଛି। ପୂର୍ବତଟ ରେଳପଥ କ୍ରୀଡ଼ାବିତ୍ ଓ କ୍ରୀଡା କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଜାତୀୟ କ୍ରୀଡ଼ା ଦିବସ ପାଳନ ପାଇଁ କ୍ରୀଡା/ଫିଟନେସ୍ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା)ର ସଭାପତି ମାନସ କୁମାର ପୋଦ୍ଦାରଙ୍କ ସମେତ ବିଭାଗର ସମସ୍ତ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ଇକୋର୍ସାର ସମ୍ପାଦକ ଅଶୋକ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।