ଭଦ୍ରକ: ଚେନ୍ନାଇଠାରେ ଜାତୀୟ ସବ୍-ଜୁନିଅର ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ଦଳରେ ଭଦ୍ରକ ଜିଲ୍ଲାର ଚନ୍ଦନ ପାତ୍ର ଏବଂ ପ୍ରଭୁକଲ୍ୟାଣ ଦାସ ସ୍ଥାନ ପାଇଛନ୍ତି।
ଫଳରେ ଭଦ୍ରକ ଜିଲ୍ଲା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସମ୍ପାଦକ ଦେବବ୍ରତ ଜେନା ଓ ଖେଳ ଶିକ୍ଷକ ମନୋଜ ସାହୁଙ୍କ ସହ କର୍ମକର୍ତ୍ତା; ମୃତ୍ୟୁଞ୍ଜୟ ମହାନ୍ତି, ଗୌରହରି ମଣ୍ଡଳ, ମନୋଜ ଦାସ, ସହିଦ ଖାଁ ଚନ୍ଦନ ଓ ପ୍ରଭୁକଲ୍ୟାଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/35-11.jpg)