ଏନ୍‌ଟିଏର ବିଭିନ୍ନ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି

ଜୁଲାଇ ୧୭ରୁ ଏନ୍‌ଆଇଓଏସ୍‌ ଦଶମ ଓ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ବାରା ପରିଚାଳିତ ବିଭିନ୍ନ ବିଷୟର ପରୀକ୍ଷା ପାଇଁ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଛି। ମେ’ ୩୧ରେ ଶେଷ ହେଉଥିବା ଇଗ୍‌ନୋ ପିଏଚ୍‌ଡି ଓ ଡିପ୍ଲୋମା(ଏମ୍‌ବିଏ) ପ୍ରବେଶିକା ପରୀକ୍ଷା, ଆଇସିଏଆର-୨୦୨୦, ଜେଏନ୍‌ୟୁଇଇ-୨୦୨୦, ୟୁଜିସି-ନେଟ୍‌ ଜୁନ୍‌-୨୦୨୦, ଜଏଣ୍ଟ ସିଏସ୍‌ଆଇଆର-ୟୁଜିସି ନେଟ୍‌-ଜୁନ୍‌ ୨୦୨୦ ଆବେଦନର ଅବଧିକୁ ଜୁନ୍‌ ୧୫ ପର୍ଯ୍ୟନ୍ତ ବଢ଼ାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନପତ୍ର ଓ ରାତି ୧୧ଟା ୫୦ ସୁଦ୍ଧା ଫି’ ଗ୍ରହଣ କରାଯିବ। କ୍ରେଡିଟ୍‌ କାର୍ଡ/ଡେବିଟ୍‌ କାର୍ଡ/ନେଟ୍‌ ବ୍ୟାଙ୍କିଙ୍ଗ୍‌/ୟୁପିଆଇ ଓ ପେଟିଏମ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ। ପରୀକ୍ଷା ତାରିଖ ଓ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ସମ୍ପର୍କରେ ଜାଣିବା ପାଇଁ ‘www.nta.ac.in’ କୁ ନିୟମିତ ବ୍ୟବଧାନରେ ଦେଖିବାକୁ ‌ପରାମର୍ଶ ଦିଆଯାଇଛି।

ଜୁଲାଇ ୧୭ରୁ ଏନ୍‌ଆଇଓଏସ୍‌ ଦଶମ ଓ ଦ୍ବାଦଶ ପରୀକ୍ଷା
ଭୁବନେଶ୍ବର : ନ୍ୟାସନାଲ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ଓପନ୍‌ ସ୍କୁଲିଂ(ଏନ୍‌ଆଇଓଏସ୍‌) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଉଭୟ ଶ୍ରେଣୀର ପରୀକ୍ଷା ଜୁଲାଇ ୧୭ରୁ ଆରମ୍ଭ ହେବାକୁ ଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷା ଅଗଷ୍ଟ ୧୩ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅଗଷ୍ଟ ୧୧ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ସମସ୍ତ ବିଷୟର ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସମୟରେ କୋଭିଡ୍‌-୧୯ର ନିୟମାବଳିକୁ କଡ଼ାକଡ଼ି ପାଳନ କରାଯିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟବସ୍ଥା ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର