୩୧ରେ ରାଷ୍ଟ୍ରୀୟ ଏକତା ଦିବସ

ଭୁବନେଶ୍ୱର : ଅକ୍ଟୋବର ୩୧ରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେବ। ଏହି ଦିବସକୁ ପାଳନ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଅବଗତ କରାଯାଇଛି। ୟୁଜିସି ସଚିବ ପ୍ରଫେସର ରଜନୀଶ ଜେନ୍‌ ଏନେଇ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି କହିଛନ୍ତି ଯେ କୋଭିଡ୍‌-୧୯ ନିୟମାବଳୀ ପାଳନ କରି ଶିକ୍ଷାନୁଷ୍ଠାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରି‌ବେ। ବକ୍ତୃତା ଓ ତର୍କ ଭଳି ବିଭିନ୍ନ ପ୍ରତିଯୋଗିତା ହେବ।

ବିଶ୍ବବିଦ୍ୟାଳୟ ଓ ସେମାନଙ୍କ ସହ ଅନୁବନ୍ଧିତ ଥିବା ଶିକ୍ଷାନୁଷ୍ଠାନ ଆସନ୍ତା ୩୧ ତାରିଖରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ଦିବସ ପାଳନ କରିବେ। ‘ଦେଶର ସୁରକ୍ଷା ଓ ଏକତା’ ସମ୍ବନ୍ଧରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନା ଅଧିକାରୀଙ୍କ ଦ୍ବାରା ଆଲୋଚନାଚକ୍ର ଆୟୋଜନ କରାଯିବ। ଦିବସ ପାଳନ ସମ୍ପର୍କିତ ରିପୋର୍ଟ ଓ ଫଟୋ ୟୁନିଭର୍ସିଟି ଆକ୍ଟିଭିଟି ମନିଟରିଙ୍ଗ୍‌ ପୋର୍ଟାଲରେ ଅପଲୋଡ୍‌ କରିବାକୁ ୟୁଜିସି ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସେହିପରି ରାଜ୍ୟ ସରକାରଙ୍କ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ପକ୍ଷରୁ କୋଭିଡ୍‌-୧୯ ନିୟମାବଳୀ ପାଳନ କରି ଏହି ଦିବସ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କାର୍ଯ୍ୟକ୍ରମ ସରିବା ପରେ ଏ ସମ୍ପର୍କିତ ଫଟୋ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଓ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର