ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟରେ ଜାତୀୟସ୍ତରୀୟ ବାଗ୍ମିତା ପ୍ରତିଯୋଗିତା

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଟଳାସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ବୁଧବାର ଜାତୀୟସ୍ତରୀୟ ଷଷ୍ଠ ଯୁଗ୍ମା ବାଗ୍ମିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ୧୨୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ  କରିଥିଲେ। ଏହି ଅବସରରେ ସୋଫିଆ ଷ୍ଟଡି ସର୍କଲର ନିର୍ଦ୍ଦେଶକ କପିଳ ପ୍ରସାଦ ଦାଶ ମୁଖ୍ୟ ଅତିଥି  ଓ ବିଶିଷ୍ଟ ଶିକ୍ଷାବିତ ଭାଗୀରଥି ମହାପାତ୍ର , ପୁରୀ ସ୍ଥିତ ଜଗନ୍ନାଥ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ କୌଶିକ ମିଶ୍ର, ନିୟୁ ଲାଇଫ ଏଜୁକେସନ ଟ୍ରଷ୍ଟର ସଂପାଦକ ପ୍ରସାଦ ତ୍ରିପାଠୀ, ବ୍ରହ୍ମପୁର ବିଆଇଟି ଗ୍ରୁପ ନିର୍ଦ୍ଦେଶକ ଲଲାଟେନ୍ଦୁ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମଞ୍ଚାସୀନ ଅତିଥିବୃନ୍ଦ ଶ୍ରୀମା ଶ୍ରୀ ଅରବିନ୍ଦଙ୍କର ବିଭିନ୍ନ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀରେ ଶିକ୍ଷାର ଉପାଦେୟତା, କର୍ମଯୋଗ, ଆଧ୍ୟାତ୍ମିକ ପ୍ରତିଯୋଗିତାର ଆବଶ୍ୟକତା ଉପରେ ବକ୍ତବ୍ୟ ଦେଇଥିଲେ।

ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ  ନିଜର କର୍ତ୍ତବ୍ୟ ସଂପାଦନ ସଂପର୍କରେ ଜୁରୀ ମେମ୍ବର ପ୍ରଫେସର ଡ. ସର୍ମିଳା ସୁବ୍ରମନ୍ୟମ, ଡ. ଅଶୋକ ମଙ୍ଗରାଜ ଏବଂ ଭାଗୀରଥି ମହାପାତ୍ରଙ୍କ ନିକଟରେ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ସଂପାଦକ ଡ. ବଙ୍କିମ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଏବଂ ରାଜ୍ୟ ବାହାରର ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ଅରବିନ୍ଦଙ୍କର ପଞ୍ଚ ସ୍ବପ୍ନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ପଞ୍ଚମୁଖୀ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ‌ର ଚେୟାରମ୍ୟାନ ବିଜୟ କୁମାର ପାତ୍ରଙ୍କ ସମେତ ଅନ୍ୟ ଟ୍ରଷ୍ଟିବୃନ୍ଦ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଉକ୍ତ ପ୍ରତିଯୋଗିତାକୁ ପ୍ରଫେସର ଜିନାଶିଷ ମହାନ୍ତି, ପ୍ରଫେସର ନନ୍ଦିତା ମହାପାତ୍ର , ପ୍ରଫେସର ଅଭିପ୍ସା ମିଶ୍ରଙ୍କ ସମେତ ପ୍ରଫେସର ରୂପାଲୀ ପାଇକରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଫେସର ତ୍ରିଲୋଚନ ନାୟକ ଧନ୍ୟବାଦ ଦେଇଥିଲେ। ଏନେଇ ଆୟୋଜିତ ପୁରସ୍କାର ବିତରିଣୀ ସଭାରେ  ୩ ଜଣ କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୨୫ ହଜାର, ୧୫,୦୦୦, ୧୦,୦୦୦ ଏବଂ ଅନ୍ୟ ଦୁଇଜଣଙ୍କୁ ସାନ୍ତ୍ବନାମୂଳକ ଭାବେ ୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର