ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଓ ଓଡ଼ିଶା ଫୁଟବଲ ସଂଘ (ଫାଓ)ର ମିଳିତ ଆନୁକୂଲ୍ୟରେ ସୁନ୍ଦରଗଡ଼ ଷ୍ଟାଡ଼ିୟମରେ ଚାଲିଥିବା ୨୮ତମ ଜାତୀୟ ମହିଳା ଫୁଟବଲ ପ୍ରତିଯୋଗିତା ଶେଷ ହୋଇଯାଇଛି। ସର୍ବାଧିକ ୧୨ ପଏଣ୍ଟ ପାଇ ଓଡ଼ିଶା ଗ୍ରୁପ-ଇ ବିଜେତା ହୋଇଛି। ଗୋଆ ୭, ଅରୁଣାଚଳପ୍ରଦେଶ ୬, ଗୁଜରାଟ ୪ ପଏଣ୍ଟ ପାଇଥିଲା ବେଳେ ମେଘାଳୟ ଖାତା ଖୋଲିପାରି ନାହିଁ। ଶେଷ ଦିନରେ ଓଡ଼ିଶା ୨-୦ ଗୋଲ୍‌ରେ ଗୋଆକୁ ପରାସ୍ତ କରି ଗ୍ରୁପ୍‌ ବିଜେତା ହୋଇଛି। ଯଶୋଦା ମୁଣ୍ଡା ଖେଳର ୨ ମିନିଟ୍‌ ଓ ମାଳତି ମୁଣ୍ଡା ୧୨ ମିନିଟ ଗୋଲ୍‌ କରି ଦଳକୁ ଜିତାଇଛନ୍ତି। ପୂର୍ବରୁ ଅରୁଣାଚଳପ୍ରଦେଶ ୩-୧ ଗୋଲ୍‌ରେ ଗୁଜରାଟକୁ ପରାସ୍ତ କରିଛି। ଦଳର ୟୁମଲମ ଲମି ୨ ଗୋଲ (୫୧ ଓ ୯୦ ମିନିଟ), ରୋଶନି ମନ୍ୟୁ ୭୫ ମିନିଟରେ ଗୋଟିଏ ଗୋଲ ଦେଇଥିବାବେଳେ ଗୁଜରାଟର ଭୂମିସା ଦ୍ରାବିଡ଼ (୬୫ ମିନିଟରେ) ଗୋଟିଏ ଗୋଲ୍‌ ଶୁଝିବାରେ ସକ୍ଷମ ହୋଇଛନ୍ତି।

Advertisment

ମଙ୍ଗଳବାର ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ, ସେଣ୍ଟ ଟେରେସା ଇଂରାଜୀ ବିଦ୍ୟାଳୟ ଅଧ୍ୟକ୍ଷା ସିଷ୍ଟର ପି. ସେଲଭି, ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଲଳିତରଂଜନ ସାହୁ ଅତିଥି ଥିଲେ। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ‌କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ମେରିଜନ ବାଗେ, ପୌଷଚନ୍ଦ୍ର ପଟେଲ, ବିମଳ ବୋଷ, ଜୟଦେବ ପାତ୍ର, ରା‌ଜେନ୍ଦ୍ର ପାଣ୍ଡେ, ନିତ୍ୟକୁମାର ବଳ, ରୋମାଞ୍ଚ ଭୈଷାଲ, ବିଶ୍ବରଂଜନ ହୋତା, ସୁଶୀଲ ପଟେଲ, ରବି ମହାପାତ୍ର, ଆଶିଷ ଦେ, ବୀରମିତ୍ର କାଲୋ, ଶିଶିର ପଟେଲ, ଶ୍ୟାମନନ୍ଦନ ସହାୟ, ପ୍ରସାଦ ନାଏକ ପ୍ରମୁଖଙ୍କ ତତ୍ତ୍ବାବଧାନରେ ମ୍ୟାଚ ପରିଚାଳିତ ହୋଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସେଣ୍ଟ ଟେରେସା ବିଦ୍ୟାଳୟର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।