ଦେଶବ୍ୟାପୀ ରାଷ୍ଟ୍ରୀୟ ଶିକ୍ଷାନୀତି ଜାଗରଣ ଅଭିଯାନ ୧୧ରେ

ଭୁବନେଶ୍ବର : ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଦେଶବ୍ୟାପୀ ଜାଗରଣ ଅଭିଯାନ ଉଦ୍‌ଘାଟିତ ହେବ। ଚଳିତମାସ ୨୫ତାରିଖ ଠାରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଅନଲାଇନ ଜରିଆରେ ସାମାଜିକ ଗଣମାଧ୍ୟମ ଓ ୱେବସାଇଟ୍‌ରେ ମାଇଁ ଏନ୍‌ଇପି ଉପରେ ଆଧାରିତ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ୧୩ଟି ଭାଷାରେ ଓ ୪ଟି ଉପ ବିଷୟରେ ଆୟୋଜିତ ହେବ। ଚିତ୍ରାଙ୍କନ, ମିମ୍-ମେକିଂ, ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲିଖନ, ଭାଷଣ ପ୍ରତିଯୋଗିତା, ନିବନ୍ଧ ଲିଖନ ପ୍ରତିଯୋଗିତା, ଲଘୁ ଚଳଚ୍ଚିତ୍ର ନିର୍ମାଣ, ଡିଜିଟାଲ ଡିଜାଇନିଂ ଓ ଟ୍ବିଟର ଥ୍ରେଡ୍ ରଚନା ପ୍ରତିଯୋଗିତା ହେବ। ଏହାବାଦ୍ ଅନଲାଇନ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର