ଭୁବନେଶ୍ୱର : ଆଜି ସଚିବାଳୟରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ରାଜ୍ୟ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକରେ ଏହି ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବଜ୍ରପାତ, କାନ୍ଥ ପଡ଼ିବା, ପାଣିରେ ବୁଡ଼ିବା, ସର୍ପାଘାତ ଆଦିରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ନିକଟତମ ସଂପର୍କୀୟଙ୍କୁ ସହାୟତା ପ୍ରଦାନରେ ବିଳମ୍ବକୁ ଏଡ଼ାଇବା ସଂପର୍କରେ ଆଲୋଚନା ହୋଇଥିଲା। ଏ ଦିଗରେ ନିର୍ଧାରିତ ମାର୍ଗଦର୍ଶିକା ବା ଏସ୍ଓପି ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କୁ ନିର୍ଦେଶ ଦେଇଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ
ଅନୁକମ୍ପା ସହାୟତା ବିଳମ୍ବ ଏଡ଼ାଇବା ପାଇଁ ଏସ୍ଓପି ଶୀଘ୍ର
/sambad/media/post_attachments/wp-content/uploads/2018/03/sky-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)