ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଅନୁକମ୍ପା ସହାୟତା ବିଳମ୍ବ ଏଡ଼ାଇବା ପାଇଁ ଏସ୍‌ଓପି ଶୀଘ୍ର

ଭୁବନେଶ୍ୱର : ଆଜି ସଚିବାଳୟରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ରାଜ୍ୟ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକରେ ଏହି ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବଜ୍ରପାତ, କାନ୍ଥ ପଡ଼ିବା, ପାଣିରେ ବୁଡ଼ିବା, ସର୍ପାଘାତ ଆଦିରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ନିକଟତମ ସଂପର୍କୀୟଙ୍କୁ ସହାୟତା ପ୍ରଦାନରେ ବିଳମ୍ବକୁ ଏଡ଼ାଇବା ସଂପର୍କରେ ଆଲୋଚନା ହୋଇଥିଲା। ଏ ଦିଗରେ ନିର୍ଧାରିତ ମାର୍ଗଦର୍ଶିକା ବା ଏସ୍‌ଓପି ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର