ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଭୁବନେଶ୍ବରରେ ଏକ ତାଲିମ ଶିବିର ଆରମ୍ଭ ହୋଇଛି । ଏଥିପାଇଁ ୯ ଟି ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଯୋଗ ଦେଇଛନ୍ତି। ବାତ୍ୟା କିମ୍ବା ବନ୍ୟା ପୂର୍ବ ପ୍ରସ୍ତୁତି ଓ ପରେ ପୁନଃଉଦ୍ଧାର କେମିତି କରାଯାଉଛି ତାହା ଉପରେ ଆଲୋଚନା ହେଉଛି ।
ବାତ୍ୟା ଓ ବନ୍ୟା ମୁକାବିଲା କରିବାରେ ଅନେକ ଅଭିଜ୍ଞତା ରହିଛି ଓଡ଼ିଶାର । ଏହା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ଓଡ଼ିଶା ରୋଲ୍ ମଡେଲ ସାଜିଛି। ଆଜିଠୁ ୩ ଦିନ ଧରି ଗୋପବନ୍ଧୁ ଏକାଡେମୀ କର୍ମଶାଳାରେ ଏହା ଆୟୋଜନ ହେଉଛି । ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଦେବା ପାଇଁ ଓଡ଼ିଶାକୁ ଚୟନ କରିଛି ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ୯ ରାଜ୍ୟ ଓ ୪ କେନ୍ଦ୍ର ଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ ଏହି ତାଲିମ ଶିବିରରେ ଯୋଗ ଦେଇଛନ୍ତି। ଫାଇଲିନ, ହୁଡ୍ହୁଡ୍, ତିତ୍ଲି, ଫନି, ବୁଲ୍ବୁଲ୍, ଅମ୍ପାନ, ୟସ୍, ଆଉ ଏବେ ଗୁଲାବ । ଗତ ୯ବର୍ଷ ଭିତରେ ଓଡ଼ିଶା ଅନେକ ବାତ୍ୟାର ସାମ୍ନା କରିଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସହିତ ମିଶନ ଜିରୋ କାଜୁଆଲଟିରେ ବି ସଫଳ ହୋଇଛି ଓଡ଼ିଶା । ଏଥିପାଇଁ ରାଜ୍ୟକୁ ଜାତିସଂଘ ପ୍ରଶଂସା କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-29-at-13.32.47.jpeg)