ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ସ୍ବାଭାବିକ ପାଣିପାଗ ବିଗିଡ଼ି ଯାଇଛି। ବର୍ଷା ପରିମାଣ ହ୍ରାସ ପାଉଛି। ଗ୍ରୀଷ୍ମ ସମୟ ଅବଧି ବଢ଼ୁଥିବାରୁ ଟାଣ ଖରା ସ୍ବାଭାବିକ ଜନଜୀବନକୁ ବିଗାଡ଼ି ଦେଉଛି। ଜଙ୍ଗଲଗୁଡ଼ିକରେ ପ୍ରାକୃତିକ ଜଳସ୍ରୋତ ଆଗତୁରା ଶୁଖିଯାଇଛି। ଯାହାର ଫାଇଦା ଉଠାଉଛନ୍ତି ପଥର ଓ ବାଲି ମାଫିଆ। ବଲାଙ୍ଗୀର ସହର ନିକଟ ଗନ୍ଧରେଲ୍ ଅଞ୍ଚଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଗନ୍ଧରେଲ ପାହାଡ଼କୁ ଲାଗି ଘଞ୍ଚ ଜଙ୍ଗଲ ରହିଛି। ଏଠାରୁ ପୂର୍ବରୁ ଥିବା ପ୍ରାକୃତିକ ଜଳସ୍ରୋତରେ ବର୍ଷତମାମ ପାଣି ରହୁଥିଲା। ଯାହାଦ୍ବାରା ଜଙ୍ଗଲ ଜୀବନ ପରିପୁଷ୍ଟ ରହୁଥିଲା। ଏବେ କିନ୍ତୁ ଚିରସ୍ରୋତା ଝରଣାଗୁଡ଼ିକ ଶୁଖିଲା ପଡ଼ିଛି। କେବଳ ବର୍ଷା ଦିନେ ପାହାଡ଼ରୁ ଝରୁଥିବା ପାଣିରେ ଏସବୁ ଝରଣାରେ ଜଳପ୍ରବାହ ଦେଖିବାକୁ ମିଳୁଛି।
ଅନ୍ୟ ଦିନମାନଙ୍କରେ ଟାଙ୍ଗରା, ଶୁଷ୍କ। ଜଳସ୍ରୋତଗୁଡ଼ିକ ଶୁଖିଲା ଥିବାରୁ ଜଙ୍ଗଲ ଭିତରେ ପଥର ଓ ବାଲି ମାଫିଆ ସକ୍ରିୟ ରହୁଛନ୍ତି। ବେଆଇନ ପଥର ଓ ବାଲି ଖନନ ଉପରେ ଏବେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ତେଣୁ ମାଫିଆମାନେ ମୁଖ୍ୟ ନଦୀ ଛାଡ଼ି ଜଙ୍ଗଲ ଭିତରେ ଥିବା ଛୋଟ ନାଳ ଓ ଝରଣାକୁ ଟାର୍ଗେଟ୍ କଲେଣି। ଜଙ୍ଗଲ ଭିତରେ ଖନନ ଏବଂ ଚାଲାଣ ପାଇଁ ସୁବିଧା ରହିଛି। ଚଢ଼ଉ ଭୟ ମଧ୍ୟ କମ। ତେଣୁ ପ୍ରାକୃତିକ ଜଳସ୍ରୋତ ଏବେ ଆହୁରି ବିପଦରେ। ଦେଓଗାଁ-ଟିଟିଲାଗଡ଼ ରାଜପଥ କଡ଼େ ଥିବା ଏକାଧିକ ଶୁଖିଲା ଜଳସ୍ରୋତରେ ଟ୍ରାକ୍ଟର, ହାଇୱା ଭିଡ଼ ଲାଗୁଥିବା ପରିଲକ୍ଷିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/07/tLtVpt5NYqtkLQRyr7DT.jpg)