ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଏବଂ ଗଂଜାମ ଜିଲ୍ଲାର ସୀମାରେ କଳିଙ୍ଗା ଘାଟି ଅବସ୍ଥିତ, ଯାହାର ଦୂରତା ୧୦କିମି। ସମୁଦ୍ର ପତନ ଠାରୁ ହଜାର ହଜାର ଫୁଟ ଉଛତାରେ ରହିଛି କନ୍ଧମାଳ ଜିଲ୍ଲା। ଏହି ଘାଟିରେ ରହିଛି ବହୁ ପ୍ରାକୃତିକ ମନୋରମ ଦୃଶ୍ୟ। ସୁଉଚ୍ଚ ପାହାଡ଼ ପର୍ବତ ଜଙ୍ଗଲ ଝରଣା। ସୁନ୍ଦର ରାସ୍ତା ଗୋଟିଏ ପଖାରେ ପାହାଡ଼ ରହିଥିବା ବେଳେ ଅନ୍ୟ ପାଖରେ ଗର୍ତ୍ତ।କଳିଙ୍ଗା ଘାଟିରୁ ଭଞ୍ଜନଗର ରସୁଲକୁଣ୍ଡା ଘାଇ ଦେଖି ପାରିବା ସହ ସୂର୍ଯ୍ୟ ଉଦୟ ସହ ସୁଯ୍ୟାସ୍ତ ଦୃଶ୍ୟ ବେଶ ଲୋଭନୀୟ। ସ୍ଥାନେସ୍ଥାନେ ପାହାଡ଼ ଉପରୁ ତଳକୁ ଝରଣା ପାଣି ବୋହିଯାଉଥିବା ଦୃଶ୍ୟ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ବେଶ ଆକୃଷ୍ଟ କରୁଛି। ସେଇଥିପାଇଁ ଯେ କେହିବି କଳିଙ୍ଗା ଘାଟି ଦେଇ ଯିବା ଆସିବା କରିବା ସମୟରେ କୁଛି ସମୟ କଳିଙ୍ଗା ଘାଟିରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଝରଣା ପାହାଡ଼ ପର୍ବତ ଜଙ୍ଗଲର ଦୃଶ୍ୟ ଦେଖି ନିଜ ନିଜ ମୋବାଇଲରେ ଫୋଟ ଉଠାଇ ସେଲଫି ନେଇ ବେଶ ଆନନ୍ଦିତ ହୋଇଥାନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ କଳିଙ୍ଗା ଘାଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହେଲେ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି।
ଘାଟିରେ ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ, ଆକର୍ଷଣୀୟ ସ୍ଥାନ ଗୁଡିକରେ ଗାଡ଼ି ପାର୍କିଂ ବ୍ୟବସ୍ଥା, ରହିବା ନିମନ୍ତେ କଟେଜ ନିର୍ମାଣ, ଦୋକାନ ହୋଟେଲ ଖୋଲିବା ବ୍ୟବସ୍ତା କରିବା ସହ ପର୍ଯ୍ୟଟକଙ୍କ ନିମନ୍ତେ କଳିଙ୍ଗା ଘାଟିର ବିବରଣୀ ସୂଚନା ଫଳକ ମାଧ୍ୟମରେ ଜଣେଇବା।କଳିଙ୍ଗା ଘାଟି ସମୁଦ୍ର ପତନ ଠାରୁ କେତେ ଫୁଟ ଉଛତାରେ ରହିଛି କେତେ କିମି ଜଙ୍ଗଲ ଏହି ଜଙ୍ଗଲରେ କେଉଁ କେଉଁ ଗଛ ରହିଛି କେଉଁ କେଉଁ ଯିବ ଜନ୍ତୁ ଦେଖିବାକୁ ମିଳନ୍ତି କେତେ ଉଛତାର ପାହାଡ଼-ପର୍ବତ ରହିଛି। ଗୋଟିଏ ପାଖରେ ପାହାଡ଼ ଥିବା ବେଳେ ଅନ୍ୟ ପଖାରେ ଗର୍ତ୍ତ ରହିଛି ଏହି ଗର୍ତ୍ତ କେତେ ଫୁଟ ତଳକୁ ରହିଛି ଘାଟିର କୋଉ ସ୍ଥାନରେ ରହିଲେ କେଉଁ ଦୃଶ୍ୟ ଦେଖି ହେବ, ଘାଟି ଉଠିଲେ ଆଉ କଣ କଣ ପର୍ଯ୍ୟଟନ ସ୍ଥାନ ରହିଛି ତାର ବିବରଣୀ ପ୍ରଦାନ କରିବା ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଭୋଜି ଭାତ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ସ୍ଥାନ ନିରୂପଣ କରିବା ବ୍ୟବସ୍ତା ହେଲେ ଆଗାମୀ ଦିନରେ ବହୁ ପର୍ଯ୍ୟଟକ କଳିଙ୍ଗା ଘାଟି ପ୍ରତି ଆକୃଷ୍ଟ ହୋଇ ବୁଲିବାକୁ ଆସିବେ।
କେବଳ ଯେ କଳିଙ୍ଗା ଘାଟି ତା ନୁହେଁ ।କଳିଙ୍ଗା ଠାରେ ଥିବା ଝାଉଁ ବଣ, ବଟାନିକାଲ ଗାର୍ଡେନ, ଘୁ.ଉଦୟଗିରି ସିର୍କୀ ଡ୍ୟାମ୍, ଇକୋ ପାର୍କ, କଫି ବଗିଚା, ରାଜାଗାଡ଼ା ଜଳପ୍ରପାତ, କାକଲବାଗୀ ଜଳପ୍ରପାତ ବୁଲି ମଜା ଉଠେଇ ପାରିବେ। ଏହି ସବୁ ସ୍ଥାନକୁ ନେଇ ଇକୋ ଟୁରିଜିମ ଘୋଷଣା କରି ଏହି ସବୁ ସ୍ଥାନର ଉନ୍ନତି କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଦୀର୍ଘ ବର୍ଷ ଦାବି ପରେ ମଧ୍ୟ ଏହି ଅଞ୍ଚଳରେ ପର୍ଯ୍ୟଟନର କୌଣସି ବିକାଶ ହୋଇନଥିବା ବେଳେ ବର୍ତମାନ ରାଜ୍ୟରେ ନୂତନ ସରକାର ଆସିବା ପରେ ଆଗାମୀ ଦିନରେ ଏହି ଅଞ୍ଚଳର ପର୍ଯ୍ୟଟନ ର ବିକାଶ ପାଇଁ କେତେ ଆଗଭର ହେଉଛନ୍ତି ଏବଂ ଜଣ ବିକାଶ କରୁଛନ୍ତି ଦେଖୁବାକୁ ବାକି ରହିଲା।
ସ୍ଥାନୀୟ ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ କୌଣସି କଳ କାରଖାନା ନଥିବା ଯୋଗୁଁ କାମଧନ୍ଦା ଅଭାବରୁ ଯୁବପିଢି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ପର୍ଯ୍ୟଟନର ବିକାଶ ହେଲେ ପର୍ଯ୍ୟଟକ ସଂଖ୍ୟା ବଢିବା ସହ ସ୍ଥାନୀୟ ଲୋକଙ୍କ ରୋଜଗାର ବୃଦ୍ଧି ହେବ। ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ। ଏଣୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହି ଅଞ୍ଚଳର ପର୍ଯ୍ୟଟନର ବିକାଶ ବିକାଶ ନିମନ୍ତେ ସ୍ବତନ୍ତ ବ୍ୟବସ୍ଥା କରିବା ସହ ସ୍ୱତନ୍ତ୍ର ଅର୍ଥ ପ୍ରଦାନ କଲେ ସ୍ଥାନୀୟ ବେକାର ଯୁବ ଗୋଷ୍ଠୀ ଉପକୃତ ହୋଇପାରିବେ।