ଜଗତସିଂହପୁର: ଥାନାରେ ଡିଉଟି ସମୟରେ ମଦ୍ୟପାନ ସହ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ଆସିବା ପରେ ଜଗତସିଂହପୁର ଜିଲ୍ଲା ନାଉଗାଁରେ କାର୍ଯ୍ୟରତ ସବଇନସପେକ୍ଟର (ଏସଆଇ) ବିବେକାନନ୍ଦ ସାହୁଙ୍କୁ ନିଲମ୍ବିତ କରାଯାଇଛି | ଏ ନେଇ ଏସଆଇଙ୍କର ହ୍ଵାଟସଆପ୍ ଅଡିଓ ଓ ଫଟୋ ଭାଇରାଲ ହେବା ପରେ ତାଙ୍କ ବିରୋଧରେ ଜଗତସିଂହପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ଭାଇରାଲ ହେଉଥିବା ହ୍ଵାଟ୍ସଆପ ଅଡିଓରେ ସେ ଜଣେ ଚୋରା ମଦ ବେପାରୀଙ୍କ ସହ କଥା ହୋଇ ମଦ ଓ ମାଂସ ଆଣିବା ପାଇଁ କହୁଥିବା ବେଳେ ଅନ୍ୟ ଜଣଙ୍କୁ ଚିକେନ୍ ଆଣିବା ଲାଗି କହୁଥିବା ଶୁଣିବାକୁ ମିଳିଛି।
/sambad/media/post_attachments/wp-content/uploads/2020/10/t-172.jpg)
ଦୁଇଟି ଅଡିଓ ଏବଂ ମଦ ବୋତଲ ରଖା ହୋଇଥିବା ଏକ ଟେବୁଲ୍ ସାମ୍ନାରେ ବସିଥିବା ସମୟର ଫଟୋ ଭାଇରାଲ୍ ହେବା ପରେ ପୁଲିସ ୟୁନିଫର୍ମର ଭୟ ଦେଖାଇ ଲୋକଙ୍କୁ ଶୋଷଣ କରିବା ଏବଂ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଜଗତସିଂହପୁର ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି | ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ନିଲମ୍ବିତ ହୋଇଥିବା ଏସଆଇ ବିବେକାନନ୍ଦ ସାହୁଙ୍କୁ ତାଙ୍କ ପ୍ରତିକ୍ରିୟା ମାଗିବା ପରେ ସେ କହିଥିଲେ ଯେ, ନିଦରେ ଥିବା ବେଳେ ସେ ଏଭଳି କଥା କହିଛନ୍ତି | ଏହା ସହ ଭାଇରଲ ଫଟୋରେ ତାଙ୍କ ହାତରେ ମଦ ଗ୍ଲାସ ନାହିଁ କି ସେ ମଦ ପିଉଥିବାର ଫଟୋ ନାହିଁ ବୋଲି ସଫେଇ ଦେଇଛନ୍ତି । ଅନ୍ୟ ପକ୍ଷରେ ଥାନାରେ ମଦ ପିଉଥିବା ନେଇ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ କରାଯାଇଛି, ତାହାକୁ ସେ ଅସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-171.jpg)