ପାରଳାଖେମୁଣ୍ତି : ନୌପଡ଼ାରୁ ପାରଳାଖେମୁଣ୍ତି-ଗୁଣୁପୁର-ଥେରୁବାଲି ପ୍ରସ୍ତାବିତ ରେଳପଥ ନିର୍ମାଣ ଓ ଏହାର ବିକାଶ ପ୍ରକଳ୍ପ ଅଟକି ରହିଛି। ଜନପ୍ରତିନିଧି ଓ ସ୍ଥାନୀୟ ନେତା କେବଳ ଚିଠି ଲେଖି କାମ ସାରିଦେଉଛନ୍ତି। ଏଥିପ୍ରତି କୌଣସି ରାଜନୈତିକ ଦଳର ଆନ୍ତରିକତା ଥିବା ଭଳି ମନେ ହେଉନାହିଁ। ଓଡ଼ିଶାରୁ ସାଂସଦ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଗଜପତି ଜିଲ୍ଲାର ବିଭିନ୍ନ ନେତା ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଜିଲ୍ଲାର ରେଳ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ପାରଳାଖେମୁଣ୍ତି ବିଧାୟକ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଗତକାଲି ଚିଠି ଲେଖିଛନ୍ତି।
୧୦୦ ବର୍ଷ ପୂର୍ବେ ଦେଶର ଅନ୍ୟ ଭାଗରେ ସାଧାରଣ ଲୋକଙ୍କ ପାଇଁ ରେଳ ସ୍ବପ୍ନ ଥିବାବେଳେ ପାରଳା ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ନିଜ ଖର୍ଚ୍ଚରେ ରେଳ ଧାରଣା ତିଆରି କରିଥିଲେ ଏବଂ ପରେ ଏହାକୁ ଭାରତୀୟ ରେଳବାଇ ନିଜ ଅଧୀନକୁ ନେଇଥିଲା। ୧୯୦୦ ମସିହା ଏପ୍ରିଲ୍ ପହିଲାରେ ପାରଳାଖେମୁଣ୍ତି-ନୌପଡ଼ା ମଧ୍ୟରେ ପ୍ରଥମ ରେଳ ଗଡ଼ିଥିଲା। ଗୌରଚନ୍ଦ୍ର ଗଜପତିଙ୍କ ପୁତ୍ର ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏହାକୁ ନିୟମିତ ବ୍ୟବହାର କରୁଥିଲେ। ୧୯୩୬-୩୭ ମସିହାରେ ଏହି ନେରୋଗଜ୍ ରେଳପଥ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଲା। ରେଳ ବିଭାଗର ଆଧୁନିକୀକରଣ ଯୋଜନା କାର୍ଯ୍ୟକାରୀ ହେବା ପରେ ୧୯୯୫-୧୯୯୬ ବେଳକୁ ପାରଳାଖେମୁଣ୍ତିର ଅପ୍ରଶସ୍ତ ରେଳପଥରେ ରେଳ ଚଳାଚଳ ବନ୍ଦ କରାଯାଇ ନେରୋ ଗଜ୍ରୁ ବ୍ରଡ୍ଗଜ୍କୁ ପରିବର୍ତ୍ତିତ କରାଯିବା ଯୋଜନା ଆରମ୍ଭ ହେଲା। ୨୦୧୦-୧୧ ମସିହାରେ ସମ୍ପ୍ରସାରିତ ରେଳପଥ ପୁନର୍ବାର ପାରଳାଖେମୁଣ୍ତିରୁ ନୌପଡ଼ା ସ˚ଯୋଗ ହୋଇଥିଲା ଏବ˚ ଏହାର ୫ ବର୍ଷ ପରେ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରିତ ରେଳପଥ ସ˚ଯୋଗ ହେଲା।
ଏହି ରେଳପଥରେ ଡିଏମ୍ୟୁ ଚଳାଇବା, ରାଜ୍ୟ ରାଜଧାନୀ ସହ ସ˚ଯୋଗ କରିବା, ସୁପର୍ଫାଷ୍ଟ୍ ରେଳ ଚଳାଚଳ ଦାବି ଥିବାବେଳେ ଏହାକୁ ନିର୍ବାଚିତ ପ୍ରତିନିଧି ମାନେ ଠିକ୍ ଭାବେ ଉପସ୍ଥାପନ କରିପାରୁ ନାହାନ୍ତି। ୪-୫ ମାସ ବ୍ୟବଧାନରେ ବିଧାୟକ, ସା˚ସଦ ପ୍ରମୁଖ ରେଳ ମନ୍ତ୍ରାଳୟକୁ ଚିଠି ଲେଖିଦେଇ କେବଳ ଗଣମାଧ୍ୟମରେ ନାଁ ନେଇ ନିଜ ଦାୟିତ୍ବ ସାରିଦିଅନ୍ତି। ପୂର୍ବରୁ ମଧ୍ୟ ପୂର୍ବତନ ସା˚ସଦ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ବିଧାୟକ କେ. ସୂରିୟା ରାଓ ପ୍ରମୁଖ ଚିଠି ଲେଖି ଶସ୍ତା ଲୋକପ୍ରିୟତା ହାସଲ ପ୍ରୟାସ କରିଛନ୍ତି। ବର୍ତ୍ତମାନ ମଧ୍ୟ ଦକ୍ଷିଣ ଓଡ଼ିଶାବାସୀଙ୍କ ମତ, ଚିଠି ଲେଖିବା ବଦଳରେ ଏଠାରୁ ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରେଳ ମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉପସ୍ଥାପନ କରିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/New-Railway-Line-Representational-Image.jpg)