ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିଲେ ମଧ୍ୟ ହତ୍ୟା ପଛର ପ୍ରକୃତ କାରଣ ପଦାକୁ ଆସିପାରିନାହିଁ। ହତ୍ୟା ରହସ୍ୟ ଜାଣିବା ପାଇଁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ଘଟଣାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ସିଏଫ୍ଏସ୍ଏଲ୍ ଓ ଏସ୍ଏଫ୍ଏସ୍ଏଲ୍, ମାନସିକ ବିଶେଷଜ୍ଞ ଟିମ୍ ବିଭିନ୍ନ ଦିଗକୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତି ଘଟଣାର ତଦାରଖ କରୁଛନ୍ତି। ଘଟଣାକୁ ସପ୍ତାହେ ବିତିବାକୁ ବସିଲାଣି। ପୁଲିସ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚିପାରୁନାହିଁ। ଯାହାକୁ ନେଇ ବିରୋଧୀ ପୁଲିସ ଉପରେ ବର୍ଷୁଛନ୍ତି। ଏଭଳି ସ୍ଥିତି ପୁଲିସ ଉପରେ ଅଧିକ ଚାପ ପକାଇଛି।
ତେଣୁ କିଭଳି ହତ୍ୟା ପଛର ପ୍ରକୃତ କାରଣ ପଦାକୁ ଆସିବ? ରହସ୍ୟ ଉପରୁ ପର୍ଦ୍ଦା ହଟିବ। ସେଥିପାଇଁ ପୁଲିସ ଆପ୍ରାଣ ଉଦ୍ୟମ ଚଳାଇଛି। ଏନେଇ ଆଜି ପୁଲିସ ଡିଜି ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡିଜି କ୍ୟାମ୍ପ ଅଫିସ୍ରେ କରାଯାଇଥିଲା। ଯେଉଁଥିରେ ଆଇନଶୃଙ୍ଖଳା ଏଡିଜି ଆର୍କେ ଶର୍ମା, ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା ଏବଂ ଡିଆଜି ଅନୁପ ସାହୁ ଉପସ୍ଥିତ ରହି ତଦନ୍ତ ରିପୋର୍ଟକୁ ନେଇ ସମୀକ୍ଷା କରିଥିଲେ। ପାଖାପାଖି ଦୁଇ ଘଣ୍ଟାକାଳ ଆଲୋଚନା ପରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଯତୀନ୍ଦ୍ର ନାଥ କୋଏଲ, ଦେବଦତ୍ତ ସିଂ ଯୋଗଦେଇଥିଲେ। ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଆସୁଥିବାରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଥିଲା। ଯେହେତୁ ନିକଟରେ ଏଭଳି ଏକ ବଡ଼ ଅଘଟଣ ଘଟିଛି। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେଭଳି କୌଣସି ପ୍ରକାର ତ୍ରୁଟି ନଦେଖାଯାଏ। ଏହାକୁ ଗମ୍ଭୀରତାର ସହ ନେଇଛି ପୁଲିସ। ସୁରକ୍ଷା ବ୍ୟବସ୍ଥାକୁ ନେଇ ଟିକ୍ନିକ ଆଲୋଚନା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା କିଳଭି ରହିବ? କିଏ କେଉଁ ଦାୟିତ୍ବରେ ରହିବେ? ସେସବୁକୁ ଅଧିକ ବ୍ୟବସ୍ଥିତ କରିବାକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/dgp-sunil-bansal.jpg)
