ସୁଭଦ୍ରାଙ୍କୁ ସହାୟତାର ହାତ ବଢ଼ାଇଲେ ନବଜ୍ୟୋତି

ବାଲେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ସମ୍ପର୍କରେ ଚିଠି ଲେଖି ଚର୍ଚ୍ଚା ପରିସରକୁ ଆସିଥିବା ରେମୁଣା ବ୍ଲକ ଅନ୍ତର୍ଗତ ଦଶମ ଶ୍ରେଣୀର ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ଆଜି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସହାୟତାର ହାତ ବଢ଼ାଇଛନ୍ତି। ସୁଭଦ୍ରାଙ୍କ ପଢ଼ିବା ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିସହ ଆଗାମୀ ଦିନରେ ଶୁଭଦ୍ରାଙ୍କ ଉଚ୍ଚଶିକ୍ଷା ପାଇଁ ପାଠପଢ଼ା ଖର୍ଚ୍ଚ ବାବଦକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ପ୍ରାଥମିକତା ଭିତ୍ତିରେ ଶୁଭଦ୍ରାଙ୍କୁ ଗୋଟିଏ ଘର ଯୋଗାଇ ଦେବା ସହ ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ସରକାରଙ୍କ ଠାରେ ଦାବି କରାଯାଇଛି। ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ରୋଷେଇ ସୁବିଧା ପାଇଁ ରନ୍ଧନ ଗ୍ୟାସ ସିଲିଣ୍ଡର ଓ ଚୁଲା ଯୋଗାଇ  ଦିଆଯାଇଛି। ଆଗାମୀ ଦିନରେ ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସୁଭଦ୍ରାକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଗୌତମ ସାହୁ ଅନୁରୋଧ କରିବେ ବୋଲି କହିଛନ୍ତି। ସୁଭଦ୍ରାଙ୍କ ସ୍ୱାଭାବିକ ଜୀବନଯାପନ ପାଇଁ ଯାହାବି ସହାୟତା ଦରକାର ପଡ଼ିବ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ଜୀବନ ମହାପାତ୍ର, ସାଧାରଣ ସମ୍ପାଦକ ସୌରଭ ବେହେରା, ନବପ୍ରସାଦ ଭୂୟାଁ, ସମ୍ପାଦକ ଭବାନୀ ଶଙ୍କର ବେହେରା, ଯୁବନେତା ପରିତୋଷ ମଣ୍ଡଳ, ମନୋଜ ମହାନ୍ତି, ଅଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ l

ସମ୍ବନ୍ଧିତ ଖବର