୭୪ ବର୍ଷରେ ନବୀନ : ଜନ୍ମଦିନ ପାଳିଲେନି, କୋଳାହଳ ଠାରୁ ଦୂରେଇ ରହିଲେ

ଟ୍ବିଟ୍‌ରେ ଶୁଭେଚ୍ଛା ଜଣାଇଲେ ମୋଦୀ, ମମତା ଓ ଧର୍ମେନ୍ଦ୍ର, ସୋସିଆଲ୍‌ ମିଡିଆରେ ଶୁଭେଚ୍ଛାର ସୁଅ

ଭୁବ‌େନଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି। ପୂର୍ବ ଘୋଷଣା ମୁତାବକ ସେ ଆଜି ଜନ୍ମଦିନ ପାଳନ କରି ନାହାନ୍ତି। ଦିନତମାମ ନବୀନ ନିବାସରେ ଓ ସନ୍ଧ୍ୟାରେ ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ବି ‌ଦଳୀୟ ନେତୃବୃନ୍ଦ ଓ ସରକାରୀ ଅଧିକାରୀ, କର୍ମଚାରୀମାନେ ଶୁଭେଚ୍ଛା ଜଣାଇବାକୁ ଆସି ନ ଥିଲେ। କୋଳାହାଳ ଠାରୁ ନବୀନ ଦୂରରେ ରହିଥିଲେ। ସକାଳେ ଦଳୀୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିରରେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ଓ ସନ୍ଧ୍ୟାରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ସଂକ୍ରାନ୍ତୀୟ ‌େଘାଷଣାରେ ତାଙ୍କ ଦିନତମାମ କାର୍ଯ୍ୟ ସୀମିତ ରହିଥିଲା। ‌େତବେ ସୋସିଆଲ୍‌ ମିଡିଆରେ ନବୀନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡି ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆ‌ୟୋଜନ କରାଯାଇଥିଲା। ଗୋଟିଏ ଦିନରେ ଏହି ଶିବିରଗୁଡ଼ିକରୁ ୧୨,୩୨୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଶ୍ରୀ ପଟ୍ଟନାୟକ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ପ୍ରଧାନମନ୍ତ୍ରୀ ନ‌େରନ୍ଦ୍ର ମୋଦୀ ଟ୍ବିଟ୍‌ କରି ନବୀନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ‌କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍‌ ମିଡିଆରେ ବହୁ ସଂଖ୍ୟାରେ ଦଳୀୟ ନେତା, କର୍ମୀ, ପ୍ରଶଂସକ ନବୀନଙ୍କୁ ଦିନତମାମ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଥିଲା।

ନବୀନଙ୍କ ପରାମର୍ଶକ୍ରମେ ଆଜିର ଦଳର ମନ୍ତ୍ରୀ, ବିଧାୟକ, ନେତା ଓ କର୍ମୀ ବିଭିନ୍ନ ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ବ୍ୟକ୍ତି ରହୁଥିବା ଅନୁଷ୍ଠାନକୁ ଯାଇ ଅନ୍ତେବାସୀଙ୍କ ସହ କିଛି ସମୟ କାଟିଥିଲେ। କେଉଁଠାରେ କେକ୍ କଟାଯାଇଥିଲା ତ କେଉଁଠି ପିଲାମାନଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର