ଭୁବନେଶ୍ୱର: ପୁରୀ ଜିଲ୍ଲାର ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉତ୍ତର ଦେଇଛନ୍ତି। ନବୀନ କହିଛନ୍ତି, ଆମେ ଏହି ଘଟଣାକୁ ଗୁରୁତ୍ୱର ସହ ଅନୁଧ୍ୟାନ କରୁଛୁ। ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳତାକୁ ମୋଦି ଟାର୍ଗେଟ କରିଥିଲେ।

Advertisment

ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ନେଇ ଅନେକ ଯୋଜନା କରୁଛନ୍ତି କିନ୍ତୁ ଓଡିଶା ସରକାର କେନ୍ଦ୍ରର ଯୋଜନାକୁ ଗ୍ରହଣ କରୁନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।  ଶିକ୍ଷା, ସ୍ୱାସ୍ଥ୍ୟ ସମେତ ମହିଳାଙ୍କୁ ସୁରକ୍ଷା ଦେବାରେ ଓଡିଶା ପଛରେ ରହିଥିବା ସେ ପ୍ରକାଶ କରିଥିଲେ। ଏଥି ସହ ସେ ପିପିଲି ପୀଡ଼ିତାଙ୍କ ପ୍ରସଙ୍ଗକୁ ପରୋକ୍ଷ ଭାବେ ସାମ୍ନାକୁ ଆଣି ପୁରୀର ଝିଅକୁ ନ୍ୟାୟ ମିଳିଲା ନାହିଁ ବୋଲି କହିଥିଲେ।

publive-image

ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦର୍ଶାଇ ପୁରୀ ଜିଲ୍ଲା ପିପିଲିରେ ଘଟିଥିବା ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସମ୍ପର୍କରେ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଧାର୍ମିକସ୍ଥଳ ପୁରୀରେ ଝିଅମାନଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ରାଜ୍ୟ ସରକାର। ସରକାରୀ ଯାଞ୍ଚରେ ଦୁର୍ବଳତା ହେତୁ ଅପରାଧୀ ଖସି ଯାଉଛନ୍ତି।