ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ୫ଟି ବ୍ଲକ୍ ପାଇଁ ୩୫.୯୩ କୋଟିର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ଅର୍ଥ ରାଶିକୁ ମିଶାଇ ଯୋଜନାରେ ମଞ୍ଜୁର ଅର୍ଥ ରାଶି ମୋଟ ୧୨୦୧.୦୪ କୋଟିକୁ ଛୁଇଁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମଞ୍ଜୁରି ପାଇଥିବା ବ୍ଲକ୍ଗୁଡ଼ିକ ହେଉଛି ନବରଙ୍ଗପୁର ଜିଲ୍ଲାର ରାଇଘର, ଯାଜପୁର ଜିଲ୍ଲାର ଦଶରଥପୁର, ବାଲେଶ୍ବର ଜିଲ୍ଲାର ବାଲିଆପାଳ, କଟକ ଜିଲ୍ଲାର ଟାଙ୍ଗୀ ଚୌଦ୍ବାର ଓ ଜଗତ୍ସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ୍। ଏ ସମସ୍ତ ଜିଲ୍ଲାର ୧୩୩ଟି ପଞ୍ଚାୟତ ପାଇଁ ୧୭୮୪ ପ୍ରକଳ୍ପ ମଞ୍ଜୁରି ମିଳିଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧.୫ ଲକ୍ଷ ଲୋକ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ମନ୍ତ୍ରୀ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସୂଚନାନୁସାରେ ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪୧ଟି ବ୍ଲକ୍ର ୫୨୭୬ ପଞ୍ଚାୟତ ପାଇଁ ୪୮୭୩୩ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି।