ଶପଥ ନେବା ପରେ ସଚିବାଳୟ ଯାଇ କାର୍ଯ୍ୟଭାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ; ଅପରାହ୍ଣରେ ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଶପଥ ଗ୍ରହଣ ପରେ ସଚିବାଳୟ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ସଚିବାଳୟରେ ପହଞ୍ଚି କାର୍ଯ୍ୟଭାର ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ସଚିବାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ସବୁ  ବିଭାଗର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଆଜି ଅପରାହ୍ଣ ୪.୪୫ରେ ନବଗଠିତ ମନ୍ତ୍ରିପରିଷଦର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ କ୍ୟାବିନେଟର ବୈଠକ ମଧ୍ୟ ବସିବ ବୋଲି ସୂଚନା ରହିଛି।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ସଚିବାଳୟ ପରିଦର୍ଶନ କରିଛନ୍ତି । ନବୀନଙ୍କ ସହ ଭଉଣୀ ଗୀତା ମେହେଟ୍ଟା ଏବଂ ପ୍ରଥମ କରି ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ସଚିବାଳୟରେ ପହଞ୍ଚିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ବୁଲି ଦେଖିଥିବା ମଧ୍ୟ ସୂଚନା ମିଳିଛି ।

 

ସମ୍ବନ୍ଧିତ ଖବର