ଭୁବନେଶ୍ବର: ଶପଥ ଗ୍ରହଣ ପରେ ସଚିବାଳୟ ଯାଇ ଦାୟିତ୍ବ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ସଚିବାଳୟରେ ପହଞ୍ଚି କାର୍ଯ୍ୟଭାର ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ନେଇ ସଚିବାଳୟର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ସବୁ  ବିଭାଗର କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ।

Advertisment

ଆଜି ଅପରାହ୍ଣ ୪.୪୫ରେ ନବଗଠିତ ମନ୍ତ୍ରିପରିଷଦର ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ କ୍ୟାବିନେଟର ବୈଠକ ମଧ୍ୟ ବସିବ ବୋଲି ସୂଚନା ରହିଛି।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ପରିବାର ସଦସ୍ୟଗଣ ମଧ୍ୟ ସଚିବାଳୟ ପରିଦର୍ଶନ କରିଛନ୍ତି । ନବୀନଙ୍କ ସହ ଭଉଣୀ ଗୀତା ମେହେଟ୍ଟା ଏବଂ ପ୍ରଥମ କରି ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ ସଚିବାଳୟରେ ପହଞ୍ଚିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ବୁଲି ଦେଖିଥିବା ମଧ୍ୟ ସୂଚନା ମିଳିଛି ।