ଭୁବନେଶ୍ବର : ଗତ ୭୫ ବର୍ଷରେ କଟକ ବଡ଼ ମେଡିକାଲ (ଏସସିବି) ଆମକୁ ବହୁତ ସହାୟତା କରିଛି, ବହୁତ ଲୋକଙ୍କ ଜୀବନ ବଞ୍ଚାଇଛି । ଏବେ ଏହାକୁ ସହାୟତାର ପାଳି ଆମର । ଏହାକୁ ଏମ୍ସ ପ୍ଲସରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Advertisment

ଏସସିବିର ପ୍ଲାଟିନମ ଜୁବୁଲି ସମାରୋହ ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ଗତ ୭୫ ବର୍ଷରେ ଏସସିବି ବହୁ ଲୋକଙ୍କ ଜୀବନ ବଞ୍ଚାଇଛି । ମାନବତା ପାଇଁ ଏହାର ଅବଦାନ ଅତୁଳନୀୟ । ଏଣୁ ମୋର ସ୍ବପ୍ନ ହେଉଛି ଏହାକୁ ଏମ୍ସ ପ୍ଲସ ସ୍ତରକୁ ଉନ୍ନୀତ କରିବା, ଯେଉଁଠାରେ ସବୁ ପ୍ରକାରର ଆଧୁନୀକ ଚିକିତ୍ସା ସୁବିଧା ମିଳିପାରିବ । ଏହାଫଳରେ ଓଡ଼ିଶାର ଲୋକମାନଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ ।

ବଡ଼ ମେଡିକାଲ ଭାବେ ପରିଚିତ ଏସସିବି ଦିନେ ବାହାରେ ଓଡ଼ିଶାର ପରିଚୟ ପାଲଟିଥିଲା । ଏହାର ଛାତ୍ରଛାତ୍ରୀ ବିଶ୍ବର କୋଣ ଅନୁକୋଣରେ ଦେଶ ପାଇଁ ଗୌରବ ଆଣିଦେଉଛନ୍ତି ।