ଭୁବନେଶ୍ବର: ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ୍‌। ଏବେ ସମସ୍ତଙ୍କ ନଜର ଫଳାଫଳ​ ଉପରେ। ମଝିରେ ଚାରି ଦିନ ସମୟ। ଏହିଭଳି ସମୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାପ ମୁକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା ମାଷ୍ଟରକ୍ୟାଣ୍ଟିନ୍‌ ଛକରେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ମୁଖ୍ୟମନ୍ତ୍ରୀ ସେଠାରେ ଥିବା ପୁରୁଣା ବହି ଦୋକାନ ‘ମଡର୍ଣ୍ଣ ବୁକ୍ ଡିପୋ’ରେ ପହଞ୍ଚିଥିଲେ। ଖୋଜାଖୋଜି କରି ଦୁଇଟି ବହି କିଣିଥିଲେ। ସେ ଦୁଇଟି ଥିଲା ଦେବବ୍ରତ ସ୍ବାଇଁଙ୍କ ରଚିତ ‘ସିକ୍ରେଟ୍‌ସ୍‌ ଅଫ୍ ଶିମିଳିପାଳ’ ଏବଂ ଚାର୍ଲ୍ସ ଆଲେନଙ୍କ ଲିଖିତ ‘ଆରିୟନ୍ସ’। ଦୋକାନ ମାଲିକଙ୍କ ସହ ମଧ୍ୟ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ବହି କିଣୁଥିବା ଦେଖି ସେଠାେର ଭିଡ଼ ଜମିଯାଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ଉଦ୍ଦେଶ୍ୟରେ ହାତ ହଲାଇଥିଲେ। ଜଣେ ଛୋଟ ଝିଅର ଅନୁରୋଧ ରକ୍ଷା କରି ସେଲ୍ଫି ନେଇଥିଲେ ନବୀନ। ଏହା ପରେ ଫେରିଯାଇଥିଲେ ନବୀନ ନିବାସ । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ବରିଷ୍ଠ ନେତା ଭି କେ ‌ପାଣ୍ଡିଆନ ମଧ୍ୟ ବହି ଦୋକାନକୁ ଆସିଥିଲେ।